କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ସଙ୍କଟର ସମାଧାନ ପାଇଁ ଆଜି ପୁଣି ହେବ ଦୁଇ ଦେଶ ମଧ୍ୟରେ ଆଲୋଚନା । ୟୁକ୍ରେନ୍-ବେଲାଋଷ ସୀମା ଅଂଚଳରେ ହେବ ବୈଠକ । ପ୍ରଥମ ବୈଠକରେ କୌଣସି ନିସ୍କର୍ଷ ବାହାରି ପାରିନଥିଲା । ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୫ ଘଂଟା ଆଲୋଚନା ହୋଇଥିଲା । ହେଲେ ଏଥିରୁ ସମାଧାନର ବାଟ ବାହାରି ପାରିନଥିଲା । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଆଲୋଚନା ପୂର୍ବରୁ ବୋମାମାଡ଼ ବନ୍ଦ କରୁ ଋଷ ।

Advertisment

ସାମରିକ ଶକ୍ତି ବଳରେ ୟୁକ୍ରେନ ରାଜଧାନୀକୁ ଦଖଲ ପାଇଁ ଜିଦି ଧରିଛି ଋଷିଆ । ୟୁକ୍ରେନରୁ ସେନା ପ୍ରତ୍ୟାହାର ପାଇଁ ଜାତିସଂଘ, ସମେତ ବିଶ୍ୱର ବିଭିନ୍ନ ଦେଶ ରାଷ୍ଟ୍ରପତି ପୁଟିନଙ୍କୁ ଅପିଲ କରିଥିଲେ ବି ସେ କାହା କଥା ଶୁଣି ନାହାଁନ୍ତି । ଆକାଶ ମାର୍ଗରେ ମିଜାଇଲ ଓ ରକେଟ ମାଡ କରୁଛନ୍ତି । ସାମରୀକ ଘାଟି ଓ ସରକାରୀ କାର୍ଯ୍ୟାଳୟକୁ ଋଷ ସେନା ଟାର୍ଗେଟ କରୁଥିବା କହୁଥିଲେ, ବି ବଭିନ୍ନ ଅଂଚଳରେ ଥିବା ଜନବସତି ଉପରେ ମିଜାଇଲ ମାଡ ହେଉଛି ।

ମିଜାଇଲ ମାଡ ପରେ ନିମିଷକରେ ବଡ ବଡ ଅଟାଳିକ ଧ୍ୱଂସସ୍ତୁପରେ ପରିଣତ ହୋଇଛି । ଏପରିକି ଋଷ ଆକ୍ରମଣରୁ ରକ୍ଷା ପାଇନି ଟିଭି ଚ୍ୟାନେଲର ଟାୱାର । ମିଜାଇଲ ମାଡ କରି କିଭର ଟିଭି ଚ୍ୟାନେଲ ଟାୱାରକୁ ନଷ୍ଟ କରି ଦେଇଛନ୍ତି ଋଷ ସେନା ।