କନକ ବ୍ୟୁରୋ: ୟୁକ୍ରେନ ଯୁଦ୍ଧ କାରଣରୁ ଭାରତ ଫେରିଥିବା ଛାତ୍ରଛାତ୍ରୀ ଏଠାରେ ପଢିବା ପାଇଁ ଅନୁମତି ଦେବାକୁ ଆବେଦନ ହୋଇଛି । ଏହି ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଗୋଟିଏ ପିଟିସନ ଦାଖଲ କରାଯାଇଛି । କୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ନୀତି ସହ ଜଡିତ ମାମଲାରେ ନିଜ ପକ୍ଷ ରଖିବାକୁ କହିଛନ୍ତି । କେନ୍ଦ୍ର ସରକାର କହିଛନ୍ତି, ଜୁଲାଇ ୨୦୨୨ ପରେ ଏହିଭଳି ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର ସହାୟତା କରାଯାଇପାରିବ ନାହିଁ । ଶୁକ୍ରବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଋଷ ଫେବ୍ରୁଆରୀ ୨୪ରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଏହା ପରେ ୟୁକ୍ରେନରେ ପାଠପଢୁଥିବା ଭାରତୀୟ ଛାତ୍ରଛାତ୍ରୀ ଭାରତ ଫେରିଆସିଥିଲେ ।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୋନିକା ଗୁରୁସ୍ୱାମୀ କହିଛନ୍ତି, ଏଠାରେ ଏତେ ସଂଖ୍ୟାରେ ଜିଲ୍ଲା ଡାକ୍ତରଖାନା ଉପଲବ୍ଧ ରହିଛି, କଣ ଆମେ ଛାତ୍ରଛାତ୍ରୀଙ୍କୁ ମେଡିକାଲରେ କ୍ୟାରିୟରକୁ ବଞ୍ଚାଇ ରଖିବା ପାଇଁ କିଛି କରିପାରିବା ନାହିଁ । ଆମ ଦେଶ ଏମିତି ଏକ ଦେଶ ଯେଉଁଠି ଡାକ୍ତରଙ୍କ ଅଭାବ ରହିଛି । ମାନବୀୟ ଆଧାରରେ ଆମକୁ ଏ ସମସ୍ତ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବା ଦରକାର । ଏହି ମାମଲାରେ ସରକାରଙ୍କ ତରଫରୁ ପକ୍ଷ ରଖିଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶର୍ଯ୍ୟା ଭାଟି କହିଛନ୍ତି, ଆମେ ଏହି ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରଣାଳୀରେ ଦଖଲ ନ ଦେଇ ତାଙ୍କୁ ସହଯୋଗ କରିବାକୁ ଚାହୁଁଛୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/yryryr.png)