କନକ ବ୍ୟୁରୋ: ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସହାୟତା ପାଇଁ ଅନୁରୋଧ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ଚିଠିରେ ୟୁକ୍ରେନକୁ ମାନବୀୟ ସହାୟତା ପଠାଇବାକୁ ଜେଲେନସ୍କି ଅନୁରୋଧ କରିଥିବା ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Advertisment

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ ଆସିଥିବା ଏହି ଚିଠିକୁ ଭାରତ ଗସ୍ତରେ ଆସିଥିବା ୟୁକ୍ରେନ୍‌ର ଉପବୈଦେଶିକ ମନ୍ତ୍ରୀ ଏମାଇନ୍‌ ଜାପାରୋଭା ମଙ୍ଗଳବାର ଦିନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖିଙ୍କୁ ହସ୍ତାନ୍ତର କରିଛନ୍ତି। ଔଷଧ ଏବଂ ଡାକ୍ତରୀ ଉପକରଣ ସମେ‌ତ ଆହୁରି ମାନବୀୟ ସହାୟତା ପଠାଇବା ପାଇଁ ୟୁକ୍ରେନ୍‌ ଏହି ଚିଠିରେ ଅନୁରୋଧ କରିଛି।

ଭାରତ ସରକାରଙ୍କୁ ୟୁକ୍ରେନ୍‌ ପ୍ରସ୍ତାବ ଦେଇଛି ଯେ, ତାଙ୍କ ଦେଶରେ ଭିତ୍ତିଭୂମି ପୁନଃନର୍ମାଣ କାର୍ୟ୍ୟ ଭାରତୀୟ କମ୍ପାନୀମାନଙ୍କ ପାଇଁ ବେଶ୍ ଲାଭପ୍ରଦ ହେବ ସେହିପରି, ବିଦେଶୀ ଡାକ୍ତରୀ ଶିକ୍ଷାର୍ଥୀମାନଙ୍କୁ ନିଜ ନିଜ ଦେଶରେ ‘ୟୁନିଫାଏଡ୍‌ ଷ୍ଟେଟ୍‌ କ୍ୱାଲିଫିକେସନ୍‌ ଏକ୍‌ଜାମ୍‌’ ଦେବା ପାଇଁ ୟୁକ୍ରେନ୍‌ ଅନୁମତି ଦେଇଛି। ଫଳରେ ଯୁଦ୍ଧ ଯୋଗୁଁ ୟୁକ୍ରେନ୍‌ ଛାଡ଼ି ଚାଲି ଆସିଥିବା ହଜାର ହଜାର ଭାରତୀୟ ଡାକ୍ତରୀ ଶିକ୍ଷାର୍ଥୀ ଉପକୃତ ହେବେ ବୋଲି ଏମାଇନ୍‌ ଜାପାରୋଭା କହିଥିବା କଥା ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି।