କନକ ବ୍ୟୁରୋ : ସଂକଟ ସମୟରେ ଏକା କରିଦେଇଥିବା କହିଲେ ୟୁକ୍ରେନ୍ ରାଷ୍ଟ୍ରପତି । ସେ କହିଛନ୍ତି, ଆମ ସହିତ ଏକାଠି ହୋଇ ଲଢେଇ କରିବାକୁ କେହି ନାହାନ୍ତି । ତେଣୁ ରୁଷ ସହ ଆମେ ଏକାଠି ଲଢୁଛୁ । ନିଜକୁ ସୁରକ୍ଷିତ ରଖିବା ପାଇଁ ଏବଂ ନିଜର ସ୍ୱାଧୀନତା ବଜାୟ ରଖିବାକୁ ପ୍ରୟାସ ୟୁକ୍ରେନ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିବ ବୋଲି ଜଲେନସ୍କି କହିଛନ୍ତି । ଏମିତିକି ୟୁକ୍ରେନକୁ ନାଟୋରେ ସଦସ୍ୟତା ଦେବା ପାଇଁ କିଏ ଗ୍ୟାରେଂଟି ଦେବ ବୋଲି ଜଲେନସ୍କି କହିଛନ୍ତି ।

Advertisment

ରାଜଧାନୀ କିଭରେ ରୁଷିଆ ସେନା ପ୍ରବେଶ କରି ସାରିଛନ୍ତି । ତେଣୁ କିଭରେ କର୍ଫ୍ୟୁ ଜାରି ହୋଇଛି । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ନିଜ ଦେଶବାସୀଙ୍କୁ କହିଛନ୍ତି ଜଲେନସ୍କି । ସେହିପରି ୟୁକ୍ରେନ ଆକ୍ରମଣର ପ୍ରଥମ ଦିନରେ ସମସ୍ତ ଲକ୍ଷ୍ୟ ପୂରଣ ହୋଇଛି ବୋଲି ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । ସେପଟେ, ଆମେରିକା ରାଷ୍ଟ୍ରପତି କହିଛନ୍ତି, ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସୁରକ୍ଷା ପାଇଁ ଆମେରିକା ଚିନ୍ତିତ ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ ଆମେରିକାର ପଦାତିକ ବାହିନୀ ୟୁରୋପରେ ମୁତୟନ ହେବାପାଇଁ ମୁଁ ମଞ୍ଜୁରି ଦେଇଛି ।

ଆମେରିକା ସୈନ୍ୟ ୟୁରୋପ ଯିବାର ଅର୍ଥ ନୁହେଁ ୟୁକ୍ରେନ ଯାଇ ଯୁଦ୍ଧ କରିବା । ଆମେ କେବଳ ରୁଷ ବିରୋଧରେ ଅତି କଠୋର ଆର୍ଥିକ କଟକଣା ଲାଗୁ କରିଛୁ ଏବଂ ଆଗକୁ ମଧ୍ୟ ଆହୁରି କଠୋର କଟକଣା ପାଇଁ ଯୋଜନା ହେଉଛି । ନାଟୋର ୩୦ ସଦସ୍ୟ ରାଷ୍ଟ୍ର ଆଜି ବୈଠକରେ ମିଳିତ ହୋଇ ରୁଷ ଓ ୟୁକ୍ରେନ ସଂପର୍କରେ ନିଷ୍ପତ୍ତି ନେବେ ବୋଲି ବାଇଡେନ କହିଛନ୍ତି ।