କନକ ବ୍ୟୁରୋ: ଅସହାୟ ମନେ ହେଉଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ରେଲେନସ୍କି । ‘ନାଟୋ ହିଁ ୟୁକ୍ରେନର ସୁରକ୍ଷାକୁ ନିଶ୍ଚିତ କରିପାରିବ । ଏହା ଉପରେ କୌଣସି ବୁଝାମଣା ହେବ ନାହିଁ । ନାଟୋରେ ମିଶିବା ଆମର ଲକ୍ଷ୍ୟ ନୁହେଁ , ବରଂ ଜୀବନ’ ବୋଲି କହି ନିଜର ଅସହାୟତା ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରେଲେନସ୍କି । ।
ୟୁକ୍ରେନକୁ ନାଟୋରେ ସାମିଲ କରାଇ ନଦେବାକୁ ସୀମାରେ ପଡୋଶୀ ଋଷିଆ ସୈନ୍ୟ ମୁତୟନ କରି ଉତ୍ତେଜନା ଓ ଯୁଦ୍ଧ ସ୍ଥିତିି ସୃଷ୍ଟି କରିଥିବାବେଳେ କ୍ରେମଲିନକୁ ସେ ଭୟ କରୁନଥିବା କହିଛନ୍ତି ରେଲେନସ୍କି । ଏହା ୟୁକ୍ରେନ ପାଇଁ ସହଜ ହୋଇନଥିଲେ ବି ‘ନାଟୋ ବିନା ଅନ୍ୟ ଗତି ନାହିଁ’ ବୋଲି ସେ ଏକ ଗଣମାଧ୍ୟମ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଶୀତଳ ଯୁଦ୍ଧ ସମୟରେ ଋଷିଆ ବିରୋଧରେ ପାଶ୍ଚାତ୍ୟ ଦେଶଗୁଡିକୁ ନେଇ ଆମେରିକା ନେତୃତ୍ୱରେ ଗଠିତ ହୋଇଥିବା ନାଟୋରେ ୟୁକ୍ରେନ୍ ସାମିଲ ହେବାକୁ ମସ୍କୋ ବିରୋଧ କରିଆସୁଛି । ନଟୋରେ ସାମିଲ ହେବାକୁ ୟୁକ୍ରେନର ଇଚ୍ଛାକୁ ଋଷିଆ ଗମ୍ଭୀରତାର ସହ ନେଇ ସାରା ବିଶ୍ୱ ପାଇଁ ସଙ୍କଟ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/13-22.jpg)