କନକ ବ୍ୟୁରୋ : ଋଷର ରକେଟ୍ ମାଡରେ ବିଶ୍ୱର ବୃହତମ ବିମାନ ଧ୍ୱଂସ । ବୃହତମ କାର୍ଗୋ ବିମାନ ଆଂଟୋନୋଭ୍-୨୨୫ ଧ୍ୱଂସ ହୋଇଛି । ହଷ୍ଟୋମେଲ ବିମାନବନ୍ଦରରେ ଥିବା ଏହି ବିମାନର ହ୍ୟାଙ୍ଗର ଉପରେ ଋଷର ଏକ କ୍ଷେପଣାସ୍ତ୍ର ପଡ଼ିଯାଇଥିଲା । ଫଳରେ ‘ମ୍ରିୟା’ ବା ‘ଡ୍ରିମ୍’ ନାମରେ ପରିଚିତ ଏହି ବିମାନଟି ସଂପୂର୍ଣ୍ଣ ନଷ୍ଟ ହୋଇଛି ।

Advertisment

publive-image

ୟୁକ୍ରେନ୍ ସୋଭିଏତ୍ ସଂଘ ସହ ଥିବା ବେଳେ ୧୯୮୦ ଦଶକରେ ଏହା ତିଆରି ହୋଇଥିଲା । ଏହାର ଡେଣାର ଲମ୍ବା ଏକ କ୍ରିକେଟ୍ ପଡ଼ିଆ ସାଙ୍ଗେ ପ୍ରାୟ ସମାନ । ଏପରି ବିମାନ ପୃଥିବୀରେ ଗୋଟିଏ ମାତ୍ର ଥିଲା । ଏବେ ଯୁଦ୍ଧ ସମୟରେ ଏହି ବିମାନଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।