କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଦ୍ଧଗ୍ରସ୍ତ ୟୁକ୍ରେନ ଗ୍ରସ୍ତ କରିପାରନ୍ତି । ଅଗଷ୍ଟ ୨୩ରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଗସ୍ତ କରିବାର ସମ୍ଭାବନା ରହିଛି । ଏହି ଅବସରରେ ସେ ଋଷ ରାଷ୍ଟ୍ରପତି ଭୋଲୋଦିମିର ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ୨୦୨୨ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ଏହା ପ୍ରଧାନମନ୍ତ୍ରୀଙ୍କର ଯୁଦ୍ଧଗ୍ରସ୍ତ ରାଷ୍ଟ୍ରକୁ ପ୍ରଥମ ଗସ୍ତ ହେବ । ଜୁନରେ ଇଟାଲୀରେ ଅନୁଷ୍ଠିତ ଏ୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । କିନ୍ତୁ ଯୁଦ୍ଧ ପରଠାରୁ ଜେଲେନସ୍କି ଭାରତର ସହାୟତା ଲୋଡ଼ି ଆସିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ୟୁକ୍ରେନ ଗସ୍ତ କରିନଥିଲେ, ଯୁଦ୍ଧ ପରେ ଏହା ତାଙ୍କର ପ୍ରଥମ ଗସ୍ତ ହେବ ।

Advertisment

ତେବେ ଅଗଷ୍ଟ ୨୪ରେ ୟୁକ୍ରେନର ସ୍ୱାଧିନତା ଦିବସ । ଏଣୁ ପ୍ରଧାନମନ୍ତ୍ରୀ ଏଥିରେ ସାମିଲ ହେବାର ସମ୍ଭାବନା ରହିଛି । ସେପଟେ ଜୁଲାଇ ମାସ ଦ୍ବିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ରୁଷ ଗସ୍ତ କରିଥିଲେ । ୟୁକ୍ରେନ ଓ ରୁଷ ମଧ୍ୟରେ ଲମ୍ବା ସମୟ ଧରି ଲାଗି ରହିଛି । ଏଣୁ ରୁଷ ପରେ ମୋଦୀଙ୍କୁ ୟୁକ୍ରେନ ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।