କନକ ବ୍ୟୁରୋ:କ୍ରିମଆ ବ୍ରିଜ୍ ଆକ୍ରମଣର ପ୍ରତିଶୋଧ ନେଇଛି ଋଷ । ୟ୍ରୁୁକ୍ରେନ ରାଜଧାନୀ କିବ୍ ସମେତ ଅନ୍ୟ ସହର ଉପରେ ମିଶାଇଲ ମାଡ କରିଛି ଋଷ ସେନା । ୧୨ଟି ଆତ୍ମଘାତୀ ଡ୍ରୋନ୍ ପଠାଇ ଏହି ଆକ୍ରମଣ କରିଛି । ଏହି ଆକ୍ରମଣରେ ଶତାଧିକ ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ଗୁରୁତର ହୋଇଥିବା ନିଜେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୂଚନା ଦେଇଛନ୍ତି ।
କିବ୍ ବ୍ୟତୀତ ଶେବଚେନସ୍କିବସ୍କି ଜିଲ୍ଲାରେ ଏକାଧିକ ବିସ୍ଫୋରଣ ହୋଇଛି । ଏହା କିବର କେନ୍ଦ୍ରରେ ଅବସ୍ଥିତ । ସକାଳ ପାଖାପାଖି ୮ଟା ୧୫ ମିନିଟରେ ଏପରି ଭୟାବହ ଆକ୍ରମଣ ହୋଇଛି । ବିସ୍ଫୋରଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୟୁକ୍ରେନ ସେନାର ଆକ୍ରମଣରେ କ୍ରିମିଆ ବ୍ରିଜ୍ ନଷ୍ଟ ହାଇଯିବା ପରେ ପୁଟିନ୍ ପ୍ରତିଶୋଧ ନେବାକୁ ଯାଇ ଏପରି ମିଶାଇଲ ମାଡ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Ani.jpg)