କନକ ବ୍ୟୁରୋ : ଭାରତକୁ କ୍ଷମା ମାଗିଲା ୟୁକ୍ରେନ । ବିବାଦୀୟ ଟୁଇଟ ପାଇଁ ୟୁକ୍ରେନ ପ୍ରତିରକ୍ଷାମନ୍ତ୍ରୀ କ୍ଷମା ମାଗିଛନ୍ତି । ଏପ୍ରିଲ ୩୦ ତାରିଖରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟର ଅଫିସିଆ ଟୁଇଟର ପେଜରେ ଏକ ଫଟୋ ଦେଖିବାକୁ ମିଳିଥିଲା । ଏହି ଫଟୋରେ ମା’ କାଳୀଙ୍କ ଛବିରେ ହଲିଉଡ ଅଭିନେତ୍ରୀ ମାର୍ଲିନ ମୁନରୋଙ୍କ ମୁହଁକୁ ଏଡିଟ କରି ଯୋଡିବା ସହ ଆପତିଜନକ ଭାବେ ଦର୍ଶାଯାଇଥିଲା । ଏହାକୁ ନେଇ ଭାରତ ଆପତି ପ୍ରକାଶ କରିବା ସହ ଭାରତୀୟମାନେ ସୋସିଆଲ ମିଡିଆରେ ୟୁକ୍ରେନକୁ ସମାଲୋଚନା କରିଥିଲେ । ବିବାଦ ବଢୁଥିବା ଦେଖି ୟୁକ୍ରେନ ମନ୍ତ୍ରୀ କ୍ଷମା ମାଗିଛନ୍ତି ।
ଭାରତକୁ କ୍ଷମା ମାଗିଲା ୟୁକ୍ରେନ : ଦେବୀ କାଳୀଙ୍କ ବିବାଦୀୟ ଫଟୋ ଛାଡି ପ୍ରତିରକ୍ଷାମନ୍ତ୍ରୀ ମାଗିଲେ କ୍ଷମା
/kanak/media/post_attachments/wp-content/uploads/2023/05/yhnyhnyhn.jpg)