କନକ ବ୍ୟୁରୋ: ୟୁକ୍ରେନ ନେଇ ଋଷ ଓ ଆମେରିକା ମଧ୍ୟରେ ସମ୍ପର୍କ କଟୁ ହେବାରେ ଲାଗିଛି । ବାରମ୍ବାର ବୁଝାଇବା ପରେ ବି ନବୁଝିବାରୁ ଋଷକୁ କଡା ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ । ଶନିବାର ଦୀର୍ଘ ସମୟ ଧରି ଫୋନରେ ଦୀର୍ଘ ସମୟ ଆଲୋଚନା କରି ଭ୍ଲାଡିମିର ପୁତିନଙ୍କୁ ବୁଝାଇବା ସହ ଚେତାବନୀ ମଧ୍ୟ ଦେଇଛନ୍ତି ବାଇଡେନ୍ । ।
ୟୁକ୍ରେନ୍ ବିବାଦ ମଧ୍ୟରେ ବିଶ୍ୱର ଏହି ଦୁଇ ମହାଶକ୍ତି ସାମ୍ନାସାମ୍ନି ହୋଇଛନ୍ତି । ଏହି ବିବାଦ ଏପରି ସ୍ତରରେ ପହଞ୍ଚିସାରିଛି ଯେ, ଏହା ଯେକୌଣସି ସମୟରେ ସାରା ବିଶ୍ୱ ପାଇଁ ମହାଦୁର୍ଦ୍ଦଶାକୁ ନିମନ୍ତ୍ରଣ କରିପାରେ । ଏହାର ଅର୍ଥ ଯେକୌଣସି ସମୟରେ ଦୁଇ ଦେଶର ଯୁଦ୍ଧ ବିଶ୍ୱ ଯୁଦ୍ଧକୁ ନିମନ୍ତ୍ରଣ କରିପାରେ ବୋଲି ଏବେ ଆଲୋଚନା ହେଉଛି । ଏନେଇ ବାଇଡେନ୍ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ।
ଫୋନରେ ଦୀର୍ଘ ସମୟର ଆଲୋଚନା ମଧ୍ୟରେ ବାଇଡେନ୍ ପୁତିନଙ୍କୁ ଅନେକ ବୁଝାଇବାକୁ ଚେଷ୍ଟା କରିଥିଲେ । ୟୁକ୍ରେନ୍ ଉପରେ ଆକ୍ରମଣ ହେଲେ ବ୍ୟାପକ ମାନବୀୟ ହାନି ଘଟିବ । ତେଣୁ ଏଥିରୁ ବିରତ ହେବାକୁ ପୁତିନଙ୍କୁ ଅନୁରୋଧ ମଧ୍ୟ କରିଥିଲେ । କିନ୍ତୁ ପୁତିନଙ୍କ କଥାରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ ନକରିବକାରୁ ତାଙ୍କୁ ଚେତାବନୀ ଦେଇଥିଲେ ବାଇଡେନ୍ ।
ବାଇଡେନଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ୍ ଗୋଟିଏ ଦିନ ପୂର୍ବରୁ ଚେତାବନୀ ସ୍ୱର ଜାରି କରିବା ପରେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି। ଗୁଇନ୍ଦା ସୂଚନାରୁ ଜଣାପଡିଛି ଯେ ରୁଷର ଆକ୍ରମଣ କିଛି ଦିନ ମଧ୍ୟରେ ଆରମ୍ଭ ହୋଇପାରେ। ଶୀତକାଳୀନ ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ଫେବୃଆରୀ ୨୦ ରେ ବେଜିଂରେ ଏହି ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/14-14.jpg)