କନକ ବ୍ୟୁରୋ : ଋଷିଆ ଓ ୟୁକ୍ରେନ ମଧ୍ୟରେ ବିବାଦ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି । ‘ମସ୍କୋ ଟାଇମ୍ସ’ ରିପୋର୍ଟ ଅନୁସାରେ ୟୁକ୍ରେନ୍ ସରକାର ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି । ଏଥିସହ ଋଷିଆରେ ଥିବା ସମସ୍ତ ୟୁକ୍ରେନ ନାଗରୀକଙ୍କୁ ଦେଶକୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୟୁକ୍ରେନ୍ ଠାରୁ ଅଲଗା ହୋଇଥିବା ଦୁଇଟି ଅଂଚଳକୁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶାନ୍ତି ପ୍ରତିଷ୍ଠା ପାଇଁ ସୈନ୍ୟ ପଠାଇବା ନିଷ୍ପତ୍ତି ପରେ ୟୁକ୍ରେନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Advertisment

୩୦ ଦିନ ପାଇଁ ୟୁକ୍ରେନ୍ ସରକାର ସାରା ଦେଶରେ ଏମରଜେନ୍ସି ଲାଗୁ କରିଛନ୍ତି । ୟୁକ୍ରେନର ଆଦେଶ ପରେ ପ୍ରାୟ ୨୫ ଲକ୍ଷ ୟୁକ୍ରେନ୍ ନାଗରୀକ ଋଷିଆରୁ ଫେରୁଛନ୍ତି । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଋଷିଆର ୟୁକ୍ରେନ ଆକ୍ରମଣ ଆରମ୍ଭ ହୋଇ ଯାଇଛି । ଏଥିସହ ଆର୍ଥିକ କଟକଣା ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକା ସହ ଜର୍ମାନୀ, ବ୍ରିଟେନ୍, ଫ୍ରାନ୍ସ, ଇଟାଲୀ ମଧ୍ୟ ଋଷିଆ ଉପରେ କଟକଣା ଜାରି କରିଛନ୍ତି ।