କନକ ବ୍ୟୁରୋ: ଋଷରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶନିବାର ଦ୍ୱିତୀୟ ଦିନ ଜାରି ରହିଥିବାବେଳେ ରବିବାର ଭୋଟିଂ ପାଇଁ ଶେଷ ଦିନ ରହିଛି । ଦୁଇ ଦିନ ମଧ୍ୟରେ ବହୁ ସଂଖ୍ୟକ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏହି ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରମୁଖ ପ୍ରାର୍ଥୀ ଅଟନ୍ତି ଏବଂ ପଞ୍ଚମ ଥର ଛଅ ବର୍ଷ କାର୍ୟ୍ୟକାଳ ପାଇଁ ପୁନଃ-ନିର୍ବାଚିତ ହେବେ ବୋଲି ଆଶା କରାଯାଉଛି।
ଯଦିଓ ସ୍ୱର୍ଗତ ବିରୋଧୀଦଳର ନେତା ଆଲେକ୍ସି ନାଭଲନିଙ୍କ ସମର୍ଥକମାନେ ପୁଟିନଙ୍କୁ ବିରୋଧ କରୁଛନ୍ତି କିନ୍ତୁ ସେମାନଙ୍କ ବିରୋଧ ଦୁର୍ବଳ ଏବଂ ନେତୃତ୍ୱହୀନ ରହିଛି। ତେଣୁ ପୁଟିନଙ୍କ ପୁନଃନିର୍ବାଚନରେ ଏହାର ଅଧିକ ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି। ଏହି ନିର୍ବାଚନରେ ୭୧ ବର୍ଷିୟ ପୁଟିନ ତିନିଜଣ ପ୍ରାର୍ଥୀଙ୍କ ସାମ୍ନା କରୁଛନ୍ତି କିନ୍ତୁ ସେମାନେ ଜୀବନ ଭୟରେ ରାଷ୍ଟ୍ରପତିଙ୍କ କଡ଼ା ସମାଲୋଚନାରୁ ଦୂରେଇ ରହୁଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/rr-1.jpg)