କନକ ବ୍ୟୁରୋ : ଋଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ । ଋଷ ପକ୍ଷରୁ ପ୍ରଥମେ ଆକ୍ରମଣ ପରେ ଏବେ ୟୁକ୍ରେନ ଏହାର ଜବାଦ ଦେବା ଆରମ୍ଭ କରିଛି । ୟୁକ୍ରେନ ଆକାଶରେ ଏବେ ଫାଇଟର ଜେଟ ପଇଁତରା ମାରୁଥିବା ବେଳେ ଋଷର ୫ଟି ଫାଇଟର ବିମାନକୁ ରକେଟ ମାଡ କରି ଆକାଶପଥରେ ହିଁ ଧ୍ୱଂସ କରିଥିବା କହିଛି ୟୁକ୍ରେନ୍ ସେନା । ଲୁହାନସ୍କରେ ଗୋଟିଏ ହେଲିକପ୍ଟରକୁ ଆକାଶପଥରେ ନଷ୍ଟ କରାଯାଇଥିବା ନେଇ ଦାବି କରିଛି ୟୁକ୍ରେନ ସେନା ।
ଏଭଳି ଭୟାବହ ସ୍ଥିତି ଭିତରେ ଋଷ ବିରୋଧରେ ନାଟୋ ଦେଶ ଲଢିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ନର୍ଥ ଆଣ୍ଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ ପକ୍ଷରୁ ଋଷ ବିରୋଧରେ ଏହି ଯୁଦ୍ଧଂ ଦେହି ଡାକରା ଦିଆଯାଇଛି । ନାଟୋରେ ଅଛନ୍ତି ଆମେରିକା, ଫ୍ରାନ୍ସ, କାନାଡା, ବିଟ୍ରେନ ସମେତ ୩୦ ଦେଶ । ତେଣୁ ଏହା ଏବେ ଋଷ ପାଇଁ ଅଡୁଆ ସୃଷ୍ଟି କରିଛି । ମୁଖତଃ ନାଟୋରେ ୟୁକ୍ରେନର ସାମିଲ ହେବାକୁ ନେଇ ବିବାବ ଆରମ୍ଭ ହୋଇଥିଲା ।
ଏହାପୂର୍ବରୁ ବିଶ୍ୱର ଅନ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଚେତାବନୀ ପୂର୍ଣ୍ଣ ବାର୍ତ୍ତା ଜାରି କରିଥିଲେ ଋଷ ରାଷ୍ଟ୍ରପତି । ଭ୍ଲାଦିମିର ପୁଟିନ୍ କହିଥିଲେ ୟୁକ୍ରେନ ମାମଲାରେ କେହି ମୁଣ୍ଡ ଖେଳାନ୍ତୁ ନାହିଁ । ଯଦି କେହି ମୁଣ୍ଡ ଖେଳାଇବ ତେବେ ପରିଣାମ ଭୟାବହ ହେବ । ଏମିତି ଭୋଗିବ ଯେ ଇତିହାସରେ କେବେ ଭୋଗିନଥିବ । ଏଭଳି କହି କଡା ଚେତାବନୀ ଦେଇଛନ୍ତି ପୁଟିନ୍ ।