ବିଜୟ ଦିବସରେ ୟୁକ୍ରେନ ଦଖଲ ଘେଷାଣା କରିପାରନ୍ତି ରୁଷ ରାଷ୍ଟ୍ରପତି । ଘୋଷଣା ପୂର୍ବରୁ ରୁଷ ଅଲ୍ ଆଉଟ୍ ୱାର ଆରମ୍ଭ କରିଥିବା କହିଲେ ବ୍ରିଟେନର ପ୍ରତିରକ୍ଷା ସଚିବ

220

କନକ ବ୍ୟୁରୋ : ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜର୍ମାନୀର ନାଜି ସେନା ବିରୋଧରେ ମେ ୯ ତାରିଖରେ ସୋଭିଏତ ରୁଷ ବିଜୟ ହାସଲ କରିଥିଲା । ପ୍ରତିବର୍ଷ ମେ ୯କୁ ବିଜୟ ଦିବସ ଭାବେ ପାଳନ କରେ ରୁଷ । ତେଣୁ ଆସନ୍ତା ୯ ତାରିଖରେ ୟୁକ୍ରେନ ଦଖଲ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିପାରନ୍ତି । ଗତକାଲି ଦୁଇ ସପ୍ତାହ ପରେ ହଠାତ୍ କିଭ୍ ଉପରେ ରୁଷ ଆକ୍ରମଣ କରିଥିଲା । ତେଣୁ ବିଜୟ ଦିବସରେ ମସ୍କୋ ୟୁକ୍ରେନ ଦଖଲ ନେଇ ଘୋଷଣା କରିପାରେ । ତେଣୁ ରୁଷ ଏବେ ଅପରରେସନ ଅଲ୍ ଆଉଟ ୱାର ଭାବେ ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧକୁ ଜୋରଦାର କରିବାକୁ ଯାଉଛି ।
ବ୍ରିଟେନ ପ୍ରତିରକ୍ଷା ସଚିବ ବେନ୍ ୱାଲସେ କହିଛନ୍ତି, ଆସନ୍ତା ୯ରେ ବହୁ ସଂଖ୍ୟାରେ ସେନା ଠୁଳ କରି ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିପାରେ । ଏହି ଯୁଦ୍ଧକୁ ୬୫ ଦିନ ପୂରଣ ହୋଇସାରିଛି । ଏଥିରେ ଅନେକ ନିରୀହ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ୟୁକ୍ରେନର ଘୋଷ୍ଟ ଅଫ୍ କିଭ୍ ଭାବେ ପରିଚିତ ୟୁକ୍ରେନର ଜଣେ ଲଢୁଆ ପାଇଲଟ ମଧ୍ୟ ପ୍ରାଣ ହରାଇଛନ୍ତି । ଯୁଦ୍ଧ କରୁଥିବା ବେଳେ ସେ ଟଳି ପଡିଛନ୍ତି । ଗତମାସରେ ୟୁକ୍ରେନର ଏହି ଦୁର୍ଦ୍ଦଶ ଯୋଦ୍ଧାଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ଏହି ରିପୋର୍ଟ ସାର୍ବଜନୀନ ହୋଇଛି । ଯୁଦ୍ଧ ବେଳେ ରୁଷ ସେନାର ବର୍ବରତା ମଧ୍ୟ ସାମ୍ନାକୁ ଆସିଛି । ଅତି ନୃଶଂସ ଭାବେ ରୁଷର ସେନା ୟୁକ୍ରେନର ନାଗରିକଙ୍କୁ ହତ୍ୟା କରିଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ରୁଷକୁ ନିନ୍ଦା କରାଯାଉଛି ।