ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଜଣେ ଅଭିନେତ୍ରୀ ପ୍ରାଣ ହରାଇଛନ୍ତି । ସେ ରୁଷର ଏକ ପୁରସ୍କାର ବିତରଣ ଉତ୍ସବରେ ଅଭିନୟ କରୁଥିଲେ ।  ହଠାତ୍ ଷ୍ଟେଜ ଉପରେ ଏକ ବୋମା ପଡିଲା ଏବଂ ସବୁକିଛି ଅନ୍ଧକାର ହୋଇଗଲା ।

Advertisment

ଏବେ ସୋସିଆଲ ମେଡିଆରେ ଏ ନେଇ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ରୁଷ-ୟୁକ୍ରେନ ଯୁଦ୍ଧକୁ ଆସନ୍ତା ବର୍ଷ ଫେବୃଆରୀ ୨୪ ରେ ଦୁଇବର୍ଷ ପୁରିଯିବ । ଏହା କେବେ ବନ୍ଦ ହେବ ତାହାର ଉତ୍ତର କାହା ପାଖରେ ନାହିଁ । ଏପଟେ  ୟୁକ୍ରେନର ବୋମା ମାଡରେ ଜଣେ ରୁଷୀୟ ଅଭିନେତ୍ରୀ ପଲିନା ମେନସିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି ।

ରୁଷ ଦ୍ଵାରା ଅଧିକୃତ  ୟୁକ୍ରେନର ଏକ ଗାଁରେ ପଲିନା ପ୍ରଦର୍ଶନ କରୁଥିଲେ । ସେ ଅଧିକୃତ ଭୂମିରେ ଅବସ୍ଥାପିତ ରୁଷର ସୈନିକମାନଙ୍କ ଦ୍ଵାରା ଆୟୋଜିତ ଏକ ଉତ୍ସବରେ ଗୀତ ଗାଉଥିଲେ । ହଠାତ ଷ୍ଟେଜ ଉପରେ ଆକାଶମାର୍ଗରୁ ଏକ ବୋମା ପଡିଥିଲା ​​ଏବଂ ସବୁକିଛି ନଷ୍ଟ ହୋଇଯାଇଥିଲା । ଏହି ଆକ୍ରମଣରେ ୪୦ ବର୍ଷିୟ ରୁଷିୟ ଅଭିନେତ୍ରୀ ପୋଲିନାଙ୍କର ମୃତ୍ୟୁ ଘଟିଛି ।

ସେ ତାଙ୍କ ଦେଶରେ ସୁନ୍ଦରୀ ଭାବେ ପରିଚିତ ଥିଲେ । 

କେମିତି ମୃତ୍ଯୁ ହେଲା ରୁଷୀୟ ଅଭିନେତ୍ରୀଙ୍କର ?

ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ନଭେମ୍ବର ୧୯ ତାରିଖ ରାତିରେ ହୋଇଥିଲା । ଉଭୟ ରୁଷ ଏବଂ ୟୁକ୍ରେନ ସେନା ଏହା ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଆକ୍ରମଣରେ ରୁଷୀୟ ଅଭିନେତ୍ରୀ ପୋଲିନାଙ୍କ ମୃତ୍ଯୁ ଘଟିଥିଲା ତାହା ୟୁକ୍ରେନ ଦ୍ୱାରା କରାଯାଇଥିଲା । ରୁଷ ସେନାର ଜଣେ ଅଧିକାରୀ କହିଛନ୍ତି ଯେ ଡୋନେଟସ୍କର ନାମକ ଏକ ଗାଁ’ର ସ୍କୁଲକୁ ଲକ୍ଷ୍ୟ କରି  HIMARS କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା । ଏହା ଯୁଦ୍ଧକ୍ଷେତ୍ର ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଅବସ୍ଥିତ ।

ରୁଷ ସେନାର ଏକ ପୁରସ୍କାର ବିତରଣ ସମାରୋହ ଉପରେ ଆକ୍ରମଣ

ଏହି ଆକ୍ରମଣ ଉପରେ ରୁଷର ଅଧିକାରୀ ବିଶେଷ କିଛି କହିନାହାଁନ୍ତି । କେବଳ କହିଛନ୍ତି ଯେ ୟୁକ୍ରେନ ଏୟାର ଷ୍ଟ୍ରାଇକରେ କୌଣସି ସୈନିକଙ୍କର ମୃତ୍ୟୁ ହୋଇନାହିଁ । କେବଳ ଜଣେ ସାଧାରଣ ନାଗରିକଙ୍କର ମୃତ୍ଯୁ ଘଟିଛି ।  ଏଥି ସହିତ, ୟୁକ୍ରେନ କମାଣ୍ଡର ରବର୍ଟ ବ୍ରୋଭଡି ଉକ୍ତ ଆକ୍ରମଣକୁ ସ୍ଵୀକାର କରି କହିଛନ୍ତି ଯେ ‘ହଁ ଆମେ ଆକ୍ରମଣ କରିଛୁ । ସେଠାରେ ରୁଷ ସେନାର ସାମରିକ ପୁରସ୍କାର ବିତରଣ ଉତ୍ସବ ଚାଲିଥିଲା ।

‘ଭାଇରାଲ ଭିଡିଓରେ କଣ ଅଛି ?

ୟୁକ୍ରେନ କମାଣ୍ଡର ଆହୁରି କହିଛନ୍ତି ଯେ ଆମର ଏୟାର ଷ୍ଟ୍ରାଇକରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ରୁଷର ସୈନିକମାନେ ବସିଥିବାର ନଜର ଆସିଛନ୍ତି । ତାଙ୍କ ସାମନା ମଞ୍ଚ ଉପରେ ପୋଲିନା ହାତରେ ଗିଟାର ଧରି ଗୀତ ଗାଉଥିଲେ । ଏହା ପରେ ହଠାତ ପ୍ରଚଣ୍ଡ ଶବ୍ଦ ହେଉଛି ଏବଂ ଚାରିଆଡେ ଅନ୍ଧାର ହେଇଯାଉଛି ।  ତେବେ ଏହି ଭିଡିଓକୁ କେହି ନିଶ୍ଚିତ କରିନାହାଁନ୍ତି ।

ଗୋଟିଏ ମୁହୂର୍ତ୍ତରେ ସବୁକିଛି ନଷ୍ଟ ହୋଇଗଲା

କୁହାଯାଉଛି ଯେ ଯେତେବେଳେ ଉପରୁ ବୋମା ପଡ଼ିଲା ପ୍ରଚଣ୍ଡ ବିସ୍ଫୋରଣ ହେତୁ ପୁରା କୋଠା କମ୍ପି ଉଠିଲା ସେତେବେଳେ ପୋଲିନା ଗୀତ ଗାଉଥିଲେ । ସବୁଆଡେ ଧୂଆଁ ଛାଇଗଲା , କିଛି ଦେଖାଗଲାନି ।  ୟୁକ୍ରେନ କମାଣ୍ଡର କହିଛନ୍ତି ଯେ ଏହା ଆମ ତରଫରୁ ହେଇଥିବା ଏକ ପ୍ରତିଶୋଧର କାର୍ଯ୍ୟ । ଆମେ ନିଶ୍ଚିତ ଭାବରେ ଆମର ଭୂମିକୁ ମୁକ୍ତ କରିବୁ ।