କନକ ବ୍ୟୁରୋ: ସାପ ଦେଖିବାକୁ ବିଦେଶୀ ଦମ୍ପତିଙ୍କ ୟୁକେରୁ ଭଦ୍ରକ ଯାତ୍ରା । ଭଦ୍ରକ ଆସି ସାପ ଧରାଳି ମୀର୍ଜା ଆରିଫଙ୍କୁ ଭେଟିଛନ୍ତି ଇଂଲଣ୍ଡ ଦମ୍ପତି ପୁଲ୍ ଓ ସାରା । ମନରେ ସେମାନଙ୍କ ଅନେକ କୌତୁହଳ । ମୀର୍ଜା କିଭଳି ଧରୁଛନ୍ତି ସାପ ସବୁ । ବହୁ ଦିନରୁ ଏହି ଚିତ୍ର ନିଜ ଆଖିରେ ଦେଖିବାକୁ ଆଶା ରଖିଥିବା ବିଦେଶୀ ଦମ୍ପତିି ଏବେ ତାଙ୍କୁ ଭେଟି ବିଭିନ୍ନ ସ୍ଥାନ ବୁଲି ବୁଲି ସାପ ଧରିବାର କୌଶଳ ଶିଖୁଛନ୍ତି । ଭଦ୍ରକ ପହଞ୍ଚି ଏକ ହୋଟେଲରେ ସେମାନ ରହୁଥିବା ବେଳେ ଏବେ ମୀର୍ଜାଙ୍କୁ ସେମାନେ ପରିବାରର ଏକ ସଦସ୍ୟ ଭାବେ ମାନିନେଇଛନ୍ତି । ସାପ ଧରିବାର ଏହି କଳାକୌଶଳ ଦେଖି ସେମାନେ ବେଶ ଖୁସି ହେବା ସହିତ ଅନେକ ପ୍ରଶାଂସା କରିଛନ୍ତି ମୀର୍ଜାଙ୍କୁ । ଭଦ୍ରକ ପୁରୁଣା ବଜାରରେ ମୀର୍ଜା ଆରିଫ ନିଜ ପତ୍ନୀ ଓ ଦୁଇ ପିଲାଙ୍କ ସହ ରୁହନ୍ତି । ପ୍ରତିଦିନ ୟୁଟ୍ୟୁବ ଘାଣ୍ଟି ସେଥିରୁ ଶିଖିଥିଲେ ସାପ ଧରିବା କୌଶଳ । ଭିଡିିଓ ଦେଖିବା ସହ ବିଭିନ୍ନ ସ୍ଥାନରେ ବୁଲି ବୁଲି ସାପଙ୍କୁ ନେଇ ଏକ ୟୁଟ୍ୟୁବ ଚ୍ୟାନେଲ ବି କରିଥିଲେ । ଏହି ଚ୍ୟାନେଲ ଦେଖିବା ପରେ ବିଦଶୀ ଦମ୍ପତି ଦଉଡି ଅସିଛନ୍ତି ଭଦ୍ରକ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us