କନକ ବ୍ୟୁରୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରେମିକା କୁହାଯାଉଥିବା ଆଲିନା କାବାଏଭାଙ୍କ ବିରୋଧରେ କଟକଣା ଲଗାଇଛି ଇଂଲଣ୍ଡ । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଘଟଣାରେ ଇଂଲଣ୍ଡ ଏଭଳି ପଦକ୍ଷେପ ନେଇଛି । ମୂଳରୁ ୟୁରୋପୀୟ ଦେଶଗୁଡିକ ଆକ୍ରମଣକୁ ନିନ୍ଦା କରିଆସୁଛନ୍ତି । ରୁଷିଆ ଓ ଏହାର ସର୍ବୋଚ୍ଚ ନେତାଙ୍କ ବିରୋଧରେ ଏକାଧିକ ସାଂସନ ବା ପ୍ରତିବନ୍ଧକ ଲଗାଇଛନ୍ତି । ଏହି କ୍ରମରେ ଏବେ ପୁଟିନଙ୍କ ନିକଟତମ ସମ୍ପର୍କୀୟଙ୍କ ପାଳି ପଡିଛି ।
ତେବେ ପ୍ରଥମଥର ପାଇଁ ପୁଟିନଙ୍କ ଚର୍ଚ୍ଚିତ ପ୍ରେମିକା ଆଲିନା କାବାଏଭା ଏଭଳି ସାଂସନର ଶିକାର ହୋଇଛନ୍ତି । ଜଣେ ପୂର୍ବତନ ଜିମନାଷ୍ଟ ଭାବେ ଲୋକପ୍ରିୟ ଆଲିନା ଦୀର୍ଘଦିନ ହେବ ପୁଟିନଙ୍କ ସହ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଛି । ଅନେକ ସମୟରେ ଦୁହିଁଙ୍କୁ ଏକାଠି ମଧ୍ୟ ଦେଖିବାକୁ ମିଳିଛି । ଇଂଲଣ୍ଡକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ସହ ଖୁବଶୀଘ୍ର ତାଙ୍କ ସମ୍ପତ୍ତିକୁ ଫ୍ରିଜ କରାଯିବ ବୋଲି ଘୋଷଣା କରିଛି ବ୍ରିଟେନ ବୈଦେଶିକ ବ୍ୟାପାର ବିଭାଗ । ଆଲିନାଙ୍କ ସହ ତାଙ୍କ ଜେଜେ ମା’ଙ୍କ ବିରୋଧରେ ମଧ୍ୟ ଏଭଳି ପ୍ରତିବନ୍ଧକ ଲଗାଇଛି ଇଂଲଣ୍ଡ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/46-1.jpg)