ବନ୍ଦ ହେବ ପେଟ୍ରୋଲ-ଡିଜେଲ୍ କାର୍ ! ଇଲେକ୍ଟ୍ରିକ୍ କାର୍ କିଣିଦେବେ ସରକାର, କେଉଁଠି ଏବଂ କାହିଁକି, ଜାଣନ୍ତୁ…

1,712

କନକ ବ୍ୟୁରୋ: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର । ଆଉ ଚାଲିବନି ପେଟ୍ରୋଲ୍-ଜିଜେଲ କାର୍ । ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଯାଉଛି ଉଭୟ ପେଟ୍ରୋଲ ଏବଂ ଡିଜେଲ ଚାଳିତ କାର୍ । ପରିବେଶକୁ ପରିଷ୍କାର ଓ ବାୟୂ ପ୍ରଦୂଷଣକୁ ରୋକିବା ପାଇଁ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ପ୍ରଧାନମନ୍ତ୍ରୀ ସବୁଜ ଯୋଜନା’କୁ ସଫଳ କରିବା ପାଇଁ ଆସନ୍ତା ୨୦୩୦ ସୁଦ୍ଧା ପୋଟ୍ରୋଲ-ଡିଜେଲ କାରଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ, ଇଲେକ୍ଟ୍ରିକ୍ କାର ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏପରିକି ଗାଡ଼ିଚାଳକଙ୍କୁ ସରକାର ଏହି ଇଲେକ୍ଟ୍ରିକ୍ କାର କିଣିଦେବାରେ ସହାୟତା କରିବେ ବୋଲି ଘୋଷଣା କରିଛନ୍ତି ସରକାର ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ନୂଆ ପେଟ୍ରୋଲ ଓ ଡିଜେଲ କାର ଉପରେ ରୋକ୍ ଲଗାଇଛନ୍ତି ଲଣ୍ଡନ୍ ସରକାର । ଆସନ୍ତା ୨୦୩୦ରୁ ୟୁ.କେ ରେ କୌଣସି ନୂଆ ପୋଟ୍ରୋଲ କିମ୍ବା ଡିଜେଲ୍ ଚାଳିତ କାର୍ ବିକ୍ରି ହୋଇପାରିବନି । ବରଂ ଏହା ବଦଳରେ ବଜାରକୁ ଆସିବ ଇଲେକ୍ଟ୍ରିକ୍ କାର୍ ବୋଲି ଘୋଷଣା କରିଛନ୍ତି ୟୁ.କେର ପ୍ରଧାନମନ୍ତ୍ରୀ ବୋରିସ୍ ଜନଶନ୍ । ପୂର୍ବରୁ ଦେଶବାସୀଙ୍କୁ ସତର୍କ କରାଇ ପ୍ରଧାନମନ୍ତ୍ରୀ ବୋରିସ୍ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।

ତେବେ ‘ପ୍ରଧାନମନ୍ତ୍ରୀ ସବୁଜ ଯୋଜନା’ ଅଧିନରେ ୧୦ ସୂତ୍ରୀ ‘ସବୁଜ ଶିଳ୍ପ ବିଳ୍ପବ’ ମଧ୍ୟରେ ଏହାକୁ ପ୍ରୋତ୍ସାହନ ଦିଆଯାଇଛି । ଯାହାଦ୍ୱାରା ସାମୁଦ୍ରିକ ପବନ ଶକ୍ତି କ୍ଷମତାକୁ ୪ ଗୁଣା ବୃଦ୍ଧି କରାଯାଇପାରିବ । ସେହିଭଳି କାର୍ବନ କ୍ୟାପଚର୍ ଟେକ୍ନୋଲୋଜିରେ ଲଣ୍ଡନକୁ ଗ୍ରୀନ ଫାଇନାନ୍ସର ଗ୍ଲୋବାଲ ସେଣ୍ଟର ଭାବେ ଗଢି ତୋଳିବାକୁ ପ୍ରୟାସ ଆରମ୍ଭ ହୋଇଥିବା କହିଛନ୍ତି ବୋରିସ୍ । ଏନେଇ ଜିରୋ କିମ୍ବା ଖୁବ୍ କମ ପରିମାଣର ପ୍ରଦୂଷଣ କରୁଥିବା ଯାନ କିଣିବାକୁ ୟୁ.କେ ସରକାର ସେଠାକାର ଲୋକଙ୍କୁ ସବ୍ସିଡ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ସେହିଭଳି ସହରର ପ୍ରତି ଘରେ ଘରେ ହାଇଡ୍ରୋଜେନ ବ୍ୟବହାରକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଏନେଇ ପ୍ରଧାନମନ୍ତ୍ରୀ ବୋରିସ୍ କହିଛନ୍ତି କି, ଏହି ନୂଆ ଯୋଜନା ପାଇଁ ବ୍ରିଟେନ୍ ସରକାର ୧୫.୯ ବିଲିୟନ ଡଲାର ବ୍ୟୟବରାଦ କରିଛନ୍ତି । ଏହାଦ୍ୱାରା ସେଠାରେ ୨.୫ ଲକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ । ୨୦୫୦ ମଧ୍ୟରେ ଦେଶକୁ କାର୍ବନ ନ୍ୟୁଟ୍ରାଲ ଭାବେ ଗଢି ତୋଳିବାକୁ ସରକାର ଏଭଳି ନିସ୍ପତ୍ତି ନେଇଛନ୍ତି ।