କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରିଷି ସୁନକ ପ୍ରଥମ କ୍ୟାବିନେଟ୍ ବୈଠକ କରିଛନ୍ତି । ଏଥିରେ ବିରୋଧୀ ନେତାଙ୍କ ବିଭିନ୍ନ ପ୍ରଶ୍ନର ସାମ୍ନା କରିଛନ୍ତି ନୂଆ ପ୍ରଧାନମନ୍ତ୍ରୀ । ବ୍ରିଟେନ୍ ରାଜନୀତିରେ ଏକ ହାଇପ୍ରୋଫାଇଲ ସାପ୍ତାହିକ କାର୍ଯ୍ୟକ୍ରମ ହେଉଛି ପ୍ରାଇମିନିଷ୍ଟର କୋଶ୍ଚିନ୍ । ପ୍ରତି ବୁଧବାର ଏହି କାର୍ଯ୍ୟକ୍ରମ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କୁ ସାଂସଦଙ୍କ ପକ୍ଷରୁ ବିଭିନ୍ନ ବିଷୟବସ୍ତୁ ଉପରେ ପ୍ରଶ୍ନ କରାଯାଇଥାଏ । ଅର୍ଥନୈତିକ ସ୍ଥିରତା ପାଇଁ ସୁନକ ଜେରେମି ହଂଟଙ୍କୁ ନୂଆ ଚାନ୍ସେଲର କରିଛନ୍ତି ।
ସେହିପରି ଭାରତୀୟ ବଂଶୋଦ୍ଭବ ସୁଏଲା ବ୍ରେଭରମ୍ୟାନଙ୍କୁ ସେ ଗୃହ ସଚିବ କରିଛନ୍ତି । ଜେମ୍ସ କ୍ଲେଭରିଲ ବିଦେଶ ସଚିବ ହୋଇଛନ୍ତି । ସୁଏଲାଙ୍କୁ ଗୃହ ସଚିବ କରିବାରୁ ଏହାକୁ କଡ଼ା ସମାଲୋଚନା କରାଯାଇଛି । ନିକଟରେ ମୁକ୍ତ ବାଣିଜ୍ୟ ରାଜିନାମାକୁ ବିରୋଧ କରି ଭାରତ ବିରୋଧରେ ମତ ରଖିଥିଲେ ସୁଏଲା । ତାଙ୍କ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ବିଭାଗ ବାହାରେ ପ୍ରଘଟ କରି ସମାଲୋଚନାର ଶିକାର ହୋଇଥିଲେ । ଏଥିପାଇଁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ହେଲେ ପୁଣି ଥରେ ସୁଏଲାଙ୍କୁ ଗୃହ ସଚିବ କରିବାକୁ ନେଇ ପ୍ରଶ୍ନ ଉଠିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/9-19.jpg)