କନକ ବ୍ୟୁରୋ: ୩ ବର୍ଷ ଧରି ଅନ୍ଲାଇନ୍ରେ ‘ଡେଟିଙ୍ଗ୍’ କରିବା ପରେ ହାନ୍ନା ହାୱିଟ୍ ନାମ୍ନୀ ଜଣେ ୨୬ ବର୍ଷୀୟ ବ୍ରିଟିସ୍ ନର୍ସ ଭାରତକୁ ଆସି ଆଗ୍ରାର ୨୮ ବର୍ଷିୟ ପାଲେନ୍ଦ୍ର ସିଂହଙ୍କୁ ବିବାହ କରିଛନ୍ତି। ଶନିବାର ରାତିରେ ଗେଡ଼େ କା ନାଗ୍ଲା ଗ୍ରାମସ୍ଥିତ ଶବିଶକ୍ତି ମନ୍ଦିରରେ ଦୁହିଁଙ୍କର ବିବାହ ଅନୁଷ୍ଠାନ ସମ୍ପନ୍ନ ହୋଇଛି।/kanak/media/post_attachments/wp-content/uploads/2022/11/11111.jpg)
ସୂଚନାଯୋଗ୍ୟ, ଲକ୍ଡାଉନ୍ ସମୟରେ ପାଲେନ୍ଦ୍ରଙ୍କ ଅଧ୍ୟାତ୍ମିକ ‘ପଡ୍କାଷ୍ଟ୍’ଦ୍ବାରା ଖୁବ୍ ଅନୁପ୍ରାଣିତ ହୋଇ ହାନ୍ନା ତାଙ୍କୁ ପ୍ରେମ କରିଥିଲେ। ପାରମ୍ପିରିକ ରୀତିନୀତି ମତେ ସ୍ଥାନୀୟ ବାସିନ୍ଦାଙ୍କୁ ଉପସ୍ଥିତିରେ ମାଞ୍ଚେଷ୍ଟର୍ରୁ ଆଗ୍ରା ଆସିଥିବା ହାନ୍ନାଙ୍କର ବିବାହ ହୋଇଥିଲା। ଏବେ ସେ ଭାରତରେ ବସବାସ କରିବାକୁ ଆଗ୍ରହୀ। କୃଷକ ପରିବାରରେ ଜନ୍ମିଥିବା ପାଲେନ୍ଦ୍ର ସମ୍ପ୍ରତି ଗୋଟାଏ ଘରୋଇ କମ୍ପାନିରେ ମାର୍କେଟିଙ୍ଗ୍ ମ୍ୟାନେଜର୍ ରୂପେ କାର୍ୟ୍ୟ କରୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/222222.jpg)