୧୪ ହଜାର କୋଟି ପିଏନବି ଦୁର୍ନୀତିର ମାଷ୍ଟର ମାଇଣ୍ଡ ନିରବ ମୋଦିଙ୍କ ବଢିଲା ଅଡୁଆ : ଭାରତକୁ ପ୍ରତ୍ୟାର୍ପଣ ପାଇଁ ବ୍ରିଟେନର ମଞ୍ଜୁରୀ

93

କନକ ବ୍ୟୁରୋ : ୧୪ ହଜାର କୋଟି ପିଏନବି ଦୁର୍ନୀତିର ମାଷ୍ଟର ମାଇଣ୍ଡ ନିରବ ମୋଦିଙ୍କ ବଢିଲା ଅଡୁଆ । ଭାରତକୁ ପ୍ରତ୍ୟାର୍ପଣ ପାଇଁ ମଞ୍ଜୁରୀ ଦେଇଛି ବ୍ରିଟେନ୍ । ସେଠାକାର ଗୃହ ସଚିବ ପ୍ରୀତି ପଟେଲ ଏହି ମଞ୍ଜୁରୀ ଦେଇଛନ୍ତି । ଫଳରେ ଭାରତକୁ ନିରବଙ୍କ ପ୍ରତ୍ୟର୍ପଣ ନେଇ ରାସ୍ତା ସଫା ହେଇଛି । ଗତ ଫେବ୍ରୁଆରୀ ୨୫ ତାରିଖରେ ହୀରା ବ୍ୟବସାୟୀ ନିରବଙ୍କ ବିରୋଧରେ ଠକେଇର ପ୍ରମାଣ ଥିବା କହିଥିଲେ ବ୍ରିଟେନର ଏକ କୋର୍ଟ ।

ନିରବ ମୋଦିଙ୍କ ପିଏନବି ଅଧିକାରୀ ଓ ଅନ୍ୟ ଷଡଯନ୍ତ୍ରକାରୀଙ୍କ ସହିତ ସଂପର୍କ ରହିଥିବା କହିଥିଲେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟଙ୍କ ବିଚାରପତି ସାମୁଏଲ ଗୁଜି । ହେଲେ ବ୍ରିଟେନର ନିୟମ ଅନୁସାରେ ସରକାରଙ୍କ ନିଷ୍ପତିକୁ ଚ୍ୟାଲେଞ୍ଜ କରିପାରିବେ ନିରବ ମୋଦି । ଏଥିପାଇଁ ୧୪ ଦିନର ସମୟ ରହିଛି । ଅର୍ଥାତ ବ୍ରିଟେନ ଗୃହ ସଚିବଙ୍କ ନିଷ୍ପତି ବିରୋଧରେ ୧୪ ଦିନ ମଧ୍ୟରେ ବ୍ରିଟେନ କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ ନିରବ ମୋଦି ।