ବଡ ଅଡୁଆରେ ବ୍ରିଟେନ ପ୍ରଧାନମନ୍ତ୍ରୀ: ଦଳୀୟ ନେତା ମାଗିଲେଣି ଇସ୍ତଫା

125

କନକ ବ୍ୟୁରୋ: ଦେଶରେ କରୋନାର ଭୟ ଭିତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ କୋଭିଡ ନିୟମ ଉଲଂଘନ କରିଥିବା ଅଭିଯୋଗ ହୋଇଛି । ମେ, ୨୦୨୦ରେ ବ୍ରିଟେନରେ କୋଭିଡ କଟକଣା ଜାରି ହୋଇଥଲା । ଏହି ସମୟରେ ଡାଉନିଂଷ୍ଟ୍ରିଟରେ ବୋରିଶ ଗାର୍ଡେନ ପାର୍ଟି କରିଥିଲେ । ଏଥିପାଇଁ ସେ ଇମେଲ୍ ଜରିଆରେ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ । ଇ-ମେଲ ବାବଦରେ ଏବେ ଖୁଲାସା ହେବା ପରେ ହାଉସ ଅଫ୍ କମନ୍ସରେ ନିଜର ଭୁଲ ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଭୁଲ ପାଇଁ କ୍ଷମା ମାଗିଛନ୍ତି । କିନ୍ତୁ ଏହାପରେ ବି ବିବାଦ ଥମିବାର ନା ନେଉନି । ବିରୋଧୀ ଦଳ ଲେବର ପାର୍ଟିର ନେତା କିର ଷ୍ଟାରମର କହିଛନ୍ତି, ପ୍ରଧାନମନ୍ତ୍ରୀ ତାଙ୍କର ହାସ୍ୟାସ୍ପଦ କଥା ପାଇଁ ନିଜ ପଦ ଛାଡିଦେବା ଉଚିତ ।

କେବଳ ଏତିକି ନୁହେଁ ଖୋଦ୍ ବୋରିଶଙ୍କ ଦଳ କନଜରଭେଟିଭ ପାର୍ଟିର ସାସଂଦ ତଥା ସିଲେକ୍ଟ କମିଟିର ଚେୟାରମ୍ୟାନ୍ ୱିିଲିୟମ ରେଗ୍ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସ୍ଥିତି ଅସ୍ଥିର ରହିଛି । ଡାଉନିଂଷ୍ଟ୍ରିଟରେ ହୋଇଥିବା ପାର୍ଟି ବାବଦରେ ରିପୋର୍ଟ ସାର୍ବଜନୀନ କରିବା ପୂର୍ବରୁ ଇସ୍ତଫା ଦେବା ଉଚିତ୍ ।

ଦଳୀୟ ନେତା ତଥା ବିରୋଧୀ ଲେବର ପାର୍ଟିର ନେତା ଯଦିଓ ବୋରିଶଙ୍କ ଇସ୍ତଫା ମାଗୁଛନ୍ତି ହେଲେ ଜନସନ କହିଛନ୍ତି ଏହା ସରକାରୀ କାମ ସହିତ ଜଡିତ ଏକ ପାର୍ଟି ଥିଲା । ଏଥିପାଇଁ ସେ କ୍ଷମାପ୍ରାର୍ଥନ କରିଛନ୍ତି । ଦଳର ସମସ୍ତ ସାଂସଦଙ୍କ ସହିତ ପାର୍ଟି କରିବା ଠିକ୍ ନଥିଲା ।

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ କ୍ଷମା ମାଗିଛନ୍ତି । ଆଉ ତାଙ୍କୁ ଇସ୍ତଫା ଦେବାକୁ ମଧ୍ୟ ଦାବି ହେଉଛି । ହେଲେ ଭାରତରେ ସ୍ଥିତି ଅଲଗା । ଏଠି ନିୟମ କେବଳ ସାଧାରଣ ଲୋକଙ୍କ ପାଇଁ ।