ସଙ୍କଟରେ ବ୍ରିଟେନ ସରକାର: ପ୍ରଧାନମନ୍ତ୍ରୀ ପଦରୁ ହଟି ପାରନ୍ତି ଲିଜ୍ ଟ୍ରସ

199

କନକ ବ୍ୟୁରୋ: ବ୍ରିଟେନ ପ୍ରଧାନମନ୍ତ୍ରୀର ପଦ ସମ୍ଭାଳିବାର ପାଖାପାଖି ୪୦ ଦିନ ପରେ ଲିଜ ଟ୍ରସଙ୍କ ପଦକୁ ନେଇ ଚର୍ଚ୍ଚା । ଏହାକୁ ନେଇ ଦଳ ଭିତରେ ମଧ୍ୟ ଚର୍ଚ୍ଚା ଜୋରଦାର ଧରିଛି । ତେବେ ହେଉଥିବା ଚର୍ଚ୍ଚା ଅନୁସାରେ ୨୪ ଅକ୍ଟୋବରରେ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଯାଇପାରେ । ଦଳର ଏକ ଶହ ସଦସ୍ୟ ତାଙ୍କ ବିରୋଧରେ ଖୁବ ଶୀଘ୍ର ଅବିଶ୍ୱାସ ପ୍ରସ୍ତାବ ଦେଇପାରନ୍ତି । ଅଧିକାଂଶ ସାଂସଦ ଲିଜ ଟ୍ରସଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି । ତେବେ ଏଭଳି ଅନେକ ଚର୍ଚ୍ଚା ମଧ୍ୟରେ ଭାରତୀୟ ବଂଶୋଭବ ଋଷି ସନକ ପୁଣିଥରେ ଚର୍ଚ୍ଚାର କେନ୍ଦ୍ର୍ରବିନ୍ଦୁ ପାଲଟିଛନ୍ତି । ତେବେ ଋଷି ସନକ ବିଟ୍ରେନର ଆଗାମୀ ପ୍ରଧାନମନ୍ତ୍ରୀ ହେବାର ଚର୍ଚ୍ଚା ହେଉଛି । ଅନ୍ୟପଟେ ବହୁ ସାଂସଦଙ୍କ କହିବା ଅନୁଯାୟୀ ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟରୁ ଏବେ କେବଳ ଋଷି ସନକ ହିଁ ରକ୍ଷା କରିପାରିବେ । ଟ୍ରସ ସରକାର । ବର୍ତମାନର ଆର୍ଥିକ ପରିସ୍ଥିତିକୁ ଠିକ ଭାବରେ ମୁକାବିଲା କରିପାରୁ ନାହାନ୍ତି ତେଣୁ ଏହି ସମୟରେ ଟ୍ରସଙ୍କ ବଦଳରେ ସନକଙ୍କୁ ଦଳର ନେତୃତ୍ୱପଦ ଦେଲେ ଦଳ ପାଇଁ ଏହା ଭଲ ହେବ ବୋଲି କୁହାଯାଇଛି ।