ଇଂଲଣ୍ଡ କମ୍ପାନୀ 'ବିଫା' ଉପରେ ଲାଗିଲା ୧୫ କୋଟିର ଜରିମାନା । ଭାରତରୁ ବେଆଇନ୍ ଭାବେ ରପ୍ତାନି କରୁଥିଲା ଗୃହ ଆବର୍ଜନା ।

Advertisment
ଇଂଲଣ୍ଡ କମ୍ପାନୀ 'ବିଫା' ଉପରେ ଲାଗିଲା ୧୫ କୋଟିର ଜରିମାନା । ଭାରତରୁ ବେଆଇନ୍ ଭାବେ ରପ୍ତାନି କରୁଥିଲା ଗୃହ ଆବର୍ଜନା ।

thumbor.forbes.com

ବେଆଇନ ଭାବେ ଭାରତ ଓ ଇଣ୍ଡୋନେସିଆକୁ ଗୃହ ଆବର୍ଜନା ରପ୍ତାନି କରୁଥିବା ଇଂଲଣ୍ଡ୍‌ର ପ୍ରସିଦ୍ଧ କମ୍ପାନି ‘ବିଫା’ ଉପରେ ୧୫ କୋଟିରୁ ଅଧିକ ଟଙ୍କା (୧.୫ ନିୟୁତ ପାଉଣ୍ଡ୍‌) ଜରିମାନା କରାଯାଇଛି। ରପ୍ତାନି ଆଇନ ଉଲ୍ଲଂଘନ କରିଥିବା କାରଣରୁ ବିଚାରପତି ବେପରୁଆ, ଜାଣିଶୁଣି ଏଭଳି କାର୍ଯ୍ୟ କରିଥିବା କହି ଶୁକ୍ରବାର ଦିନ ‘ବିଫା’କୁ ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି।

‘ବିଫା ୱେଷ୍ଟ୍‌ ସର୍ଭିସ୍‌ ଲିମିଟେଡ୍‌’ ‘ଏନ୍‌ଭାଇରୋନ୍‌ମେଣ୍ଟ୍‌ ଏଜେନ୍‌ସି’ ରପ୍ତାନି ଆଇନ ଉଲ୍ଲଂଘନ କରି ଭାରତ ଓ ଇଣ୍ଡୋନେସିଆକୁ ବିପୁଳ ପରିମାଣର ଆବର୍ଜନା ପଠାଉଥିଲା ବୋଲି ଇଂଲଣ୍ଡ୍‌ ସରକାର କହିଛନ୍ତି। ବେଆଇନ ଭାବେ ରପ୍ତାନି ହେଉଥିବା ଉକ୍ତ ଘରେଇ ଆବର୍ଜନାରେ ଥିଲା ୫୦ ଜହାର ଟିଣ, ୪୦ ହଜାର ପ୍ଲାଷ୍ଟିକ୍‌ ବ୍ୟାଗ୍‌, ୨୫ ହଜାର ପୋଷାକପତ୍ର, ୩ ହଜାର ନ୍ୟାପ୍ପି, କଣ୍ଡୋମ୍‌ ଏବଂ ଗୋଟାଏ ତାୱା ଆଉ ଗୋଟିଏ ସୋଭେନିର୍‌ ନ୍ୟୁୟର୍କ ଟି-ସାର୍ଟ।

୧.୫ ନିୟୁତ ପାଉଣ୍ଡ୍‌ ଫାଇନ୍‌ ସହ ଦେୟ ବାବଦକୁ ୧.୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଏବଂ ବିଚାରାଳୟ ବାବଦକୁ ୩୯.୭୦ ଲକ୍ଷ ଟଙ୍କା ଦାଖଲ କରିବା ପାଇଁ ‘ବିଫା’କୁ ଆଦେଶ ଦିଆଯାଇଛି।

‘ଏନ୍‌ଭାଇ‌ରୋନ୍‌ମେଣ୍ଟ୍‌ ଏଜେନ୍‌ସି’ର ଆବର୍ଜନା ନିୟନ୍ତ୍ରକ ମୁଖ୍ୟ ମାଲ୍‌କୋଲ୍‌ ଲିଥ୍‌ଗୋ କହିଛନ୍ତି ଯେ, ଅପରାଧ ପ୍ରତିରୋଧ କରିବାକୁ ବ୍ୟବସ୍ଥା ନ ଥିବା ବିକାଶଶୀଳ ଦେଶମାନଙ୍କୁ ‘ବିଫା’ ନିଷିଦ୍ଧ ସାମଗ୍ରୀ ପ୍ରେରଣ କରୁଛି। ‘ରିସାଇକ୍ଲିଙ୍ଗ୍‌’ କରିବା ପାଇଁ ଆଇନ ଅନୁଯାୟୀ ନିରାପଦ ଭାବେ ଆବର୍ଜନା ସବୁ ପଠାଯିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe