ବ୍ରିଟେନ ଫେରନ୍ତାଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗର ନଜର: ମୋଟ ୨୮୮ ଜଣଙ୍କ ମଧ୍ୟରୁ ୭ଜଣ କରୋନା ପଜିଟିଭ; ଏଯାଏଁ ଚିହ୍ନଟ ହୋଇନି ବ୍ରିଟେନ ଷ୍ଟ୍ରେନ

ଓଡ଼ିଶ‌ାରେ ବର୍ତ୍ତମାନ ସୁଦ୍ଧା ନାହିଁ କରୋନାର ନୂଆ ଷ୍ଟ୍ରେନ

111

କନକ ବ୍ୟୁରୋ : ବିଟ୍ରେନରୁ ଫେରିଥିବା ଓଡ଼ିଶାର ୪ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେମାନଙ୍କ ସଂସ୍ପର୍ଶରେ ଆସି ଆଉ ୩ଜଣ ସମ୍ପକୀୟ ସଂକ୍ରମିତ ହୋଇଛନ୍ତି । ରାଜ୍ୟକୁ ମୋଟ ୧୮୮ଜଣ ବ୍ରିଟେନ ଫେରିଛନ୍ତି । ହେଲେ ରାଜ୍ୟରେ ବ୍ରିଟେନରେ ନୂଆ ଷ୍ଟ୍ରେନ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ । ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ୧୮୮ଜଣ । ସେଥିରୁ ୧୭୯ଜଣଙ୍କୁ ଚିହ୍ନଟ କରାଯାଇଛି । ତେବେ ୯ଜଣଙ୍କ ପରିଚୟ ସମ୍ପର୍କରେ ଏଯାଁଏ କୌଣସି ତଥ୍ୟ ସାମ୍ନାକୁ ଆସିନି ।

୧୬୦ଜଣଙ୍କ ନମୁନା ପରୀକ୍ଷା ହୋଇସାରିଛି । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନିରଂଜନ ମିଶ୍ର । ମୋଟ ବ୍ରିଟେନ ଫେରନ୍ତା ତାଙ୍କ ସମ୍ପର୍କୀୟଙ୍କର ୨୦୪ଜଣଙ୍କ ଆରଟିପିସିଆର ପରୀକ୍ଷା ହୋଇଛି । ବର୍ତମାନ ସୁଧା ୭ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ସେଥିରୁ ବ୍ରିଟେନ ଫେରନ୍ତା ୪ଜଣ ଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୩ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ୬ଜଣଙ୍କର ଜିନମ ପରୀକ୍ଷା ପାଇଁ ପଠାଯାଇଛି ।

ସେପଟେ ଦେଶରେ ଆହୁରୀ ୫ଜଣ ବ୍ରିଟେନ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହି ୫ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ବ୍ରିିଟେନ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଂଚିଛି । ଭାରତକୁ ଫେରିଥିବା ବ୍ରିଟେନ ଫେରନ୍ତା ଓ ତାଙ୍କ ସମ୍ପର୍କୀୟଙ୍କ ନମୁନା ପୁଣେ ଓ ଦିଲ୍ଲୀ ଲ୍ୟାବକୁ ପଠାଯାଇଥିଲା । ପୁଣେ ପରୀକ୍ଷାଗାରରେ ଆଜି ୪ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀ ଲ୍ୟାବରୁ ଜଣେ ଚିହ୍ନଟ ହୋଇଛନ୍ତି ।