କନକ ବ୍ୟୁରୋ : ଲଣ୍ଡନ ଜେଲରେ ଥିବା ନୀରଭ ମୋଦୀକୁ ଲାଗିଛି ଆଉ ଏକ ଝଟକା । କ୍ରମାଗତ ତୃତୀୟ ଥର ପାଇଁ ନୀରଭ ମୋଦୀ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି ଲଣ୍ଡନର ୱେଷ୍ଟ ମିନିଷ୍ଟର କୋର୍ଟ । ଏଥର ଜାମିନରେ ଗଲେ ଇଜିପ୍ଟ ଗସ୍ତ କରି ସେଠାରେ ନିଜର ବ୍ୟବସାୟ ଜମେଇବା ସହ କର୍ମଚାରୀଙ୍କୁ ତା ବିରୋଧରେ ମୁଁହ ନଖୋଲିବାକୁ ପ୍ରଭାବିତ କରିବା ନେଇ ଆଶଙ୍କା ପ୍ରକାଶ କରି କୋର୍ଟ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି । ନୀରଭଙ୍କ ମାମଲା ଲଢୁଥିବା ତାଙ୍କ ଓକିଲ କୋର୍ଟରେ ପ୍ରାୟ ୧୮ କୋଟି ଟଙ୍କା ବା ୨ ମିଲିୟନ ୟୁରୋ ଅର୍ଥରେ ଏହି ଜାମିନ୍ ଆବେଦନ କରିଥିଲେ । ଏହା ସହିତ ନୀରଭଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢିଥିଲେ ଯେ ଇଡି ତାଙ୍କର ସମସ୍ତ ବ୍ୟବସାୟିକ ସଂସ୍ଥା ଓ ସଂପତି ସିଜ୍ କରିଛି । ଏବେ ତାଙ୍କ ନିକଟରେ କିଛି ନାହିଁ ।

Advertisment

nirav_modiଏପରି ସ୍ଥିତିରେ ସେ ବ୍ରିଟେନ୍ ଛାଡି ଅନ୍ୟ କୁଆଡେ ଫେରାର ହୋଇଯିବାର ପ୍ରଶ୍ନ ହିଁ ଉଠୁନାହିଁ । ତେବେ ଲଣ୍ଡନ କୋର୍ଟ ଏସବୁରେ ବିଶ୍ୱାସ ନକରି ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ମାମଲାର ଆଗାମୀ ଶୁଣାଣି ମେ ୩୦ ତାରିଖରେ ହେବ । ୪୮ ବର୍ଷୀୟ ନୀରଭ ମୋଦି ନାଁରେ ପଂଜାବ ନାସନାଲର ବ୍ୟାଙ୍କ ଋଣ ଠକେଇ ମାମଲା ରହିଛି । ୧୪ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇର ମାମଲା ରହିଛି ତା ନାମରେ । ସେ ଏବେ ଲଣ୍ଡନରେ ଆଶ୍ରୟ ନେଇଛି । ଗତ ମାର୍ଚ ୧୯ ତାରିଖରେ ପ୍ରତ୍ୟର୍ପଣ ୱାରେଂଟ ବଳରେ ଲଣ୍ଡନରେ ତାକୁ ଗିରଫ କରାଯିବା ପରେ ସେ ଏବେ ଜେଲରେ ରହିଛି ।