ବଟିକାକୁ ନେଇ ବଢିଲା ଚର୍ଚ୍ଚା : ବଜାରକୁ ଆସିଲା ପ୍ରଥମ କରୋନା ବଟିକା; ସଂକ୍ରମିତଙ୍କୁ ଦିନକୁ ୨ଟି ଲେଖାଏଁ ଖାଇବାକୁ ପଡ଼ିବ ୫ ଦିନ

ଭାରତକୁ କେବେ ଆସିବ ତାକୁ ଅପେକ୍ଷା

263

କନକ ବ୍ୟୁରୋ : ବଜାରକୁ ଆସିଛି କୋଭିଡ-୧୯ ପ୍ରତିରୋଧକ ବଟିକା ମୋଲନୁପିରାଭିର । ପ୍ରଥମ ଦେଶ ଭାବେ ବ୍ରିଟେନ୍ ଏହି ମୋଲନୁପିରଭିର ବଟିକାକୁ କୋଭିଡ ସଂକ୍ରମିତଙ୍କୁ ଦେବାକୁ ଅନୁମତି ପ୍ରଦାନ କରିଛି । ଆମେରିକାର ଔଷଧ ନିର୍ମାଣକାରୀ ସଂସ୍ଥା ମର୍କ ଏବଂ ରିଡଜେବେକ୍ ବାୟୋଥେରାପେଉଟିସ୍ ମିଳିତ ଭାବେ ଏହି ଔଷଧର ପ୍ରସ୍ତୁତ କରିଛନ୍ତି । ବ୍ରିିଟେନର ମେଡିସିନ ଏବଂ ହେଲ୍ଥକେୟାର ପ୍ରଡକ୍ଟ ରେଗୁଲାଟୋରୀ ଏଜେନ୍ସି କୋଭିଡ ସଂକ୍ରମିତମାନଙ୍କୁ ମୋଲନୁପିରାଭିର ଔଷଧ ଦେବାକୁ ପରାମର୍ଶ ଦେଇଛି ।

କୋଭିଡ ପଜିଟିଭ୍ ହେବାର ଅବା ଲକ୍ଷଣ ଦେଖାଯିବାର ୫ ଦିନ ମଧ୍ୟରେ ରୋଗୀମାନଙ୍କୁ ଏହି ଟାବଲେଟ୍ ଦେବାକୁ ପରାମର୍ଶ ଦିଆଯାଇଛି । ଏହା ହେଉଛି ପ୍ରଥମ ଖାଇବା କୋଭିଡ ଔଷଧ ଯାହାକୁ ବ୍ରିିଟିଶ ସରକାର ଅନୁମତି ପ୍ରଦାନ କରିଛନ୍ତିି । ତେବେ ବିଗତ ମାସଟେ ହେବ ଏହି ମୋଲନୁପିରାଭିର ଔଷଧର ପ୍ରତିକ୍ରିିୟା ଉପରେ ନଜର ରଖାଯାଇଛି । ବିଶେଷ କରି କୋଭିଡରେ ସଂକ୍ରମିତ ହୋଇ ପ୍ରଥମରୁ ଗୁରୁତର ହେବା ସହ ହସ୍ପିଟାଲ ଭର୍ତ୍ତି ହେବା ଅବା ମୃତ୍ୟୁମୁଖରେ ପଡିବା ଆଶଙ୍କାକୁ ଏହା ୫୦ ପ୍ରତିଶକ କମ କରିଦେଇଥାଏ ।

ସେହିପରି ଏବେ ବଜାରରେ ସ୍ୱାସ୍ଥ୍ୟ କମାଇବା ଲାଗି ମଧ୍ୟ ମେଡିସିନ ଆସିଛି । ଏହି ଔକ୍ଷଧର ଚାହିଦା ବଜାରରେ ଅଧିକ ରହିଛି । ଲୋକଙ୍କ ଚାହିଦା ଅନୁଯାୟୀ କମ୍ପାନୀ ଔକ୍ଷଧ ମଧ୍ୟ ଯୋଗାଇ ପାରୁନାହିଁ । ଏହି ଔଷଧ ଶରୀର ୧୫ % ପ୍ରତିଶତ ଓଜନ କମାଇବାରେ ସକ୍ଷମ ହୋଇପାରୁଛି ।