କରୋନାରେ ଚାଲିଗଲା ଚାକିରୀ ଇଶ୍ୱରଙ୍କ ହେଲା କୃପା ଲାଗିଗଲା ଲଟେରୀ : ଆର୍ଥିକ ଅବସ୍ଥା କାରଣରୁ ଅବସାଦରେ ଥିଲେ ଯୁବକ ; ଆସିଲା ଗୋଟିଏ ଫୋନ୍ , ହୋଇଗଲେ ମାଲାମାଲ୍ ।

11,235

ଇଶ୍ୱରଙ୍କ କୃପା ବି ଅପାର । ସେ ଗୋଟିଏ କବାଟ ବନ୍ଦ କରିଦେଲେ ହଜାରେ ଝରକା ଖୋଲିଦିଅନ୍ତି । ଏବେ ଏହି ଘଟଣାକୁ ହିଁ ଦେଖିନିଅନ୍ତୁ । କରୋନା କାଳରେ ଲକଡ଼ାଉନ୍ ଭିତରେ ବିଦେଶରେ ଯୁବକଙ୍କ ଚାଲିଗଲା ଚାକିରୀ , ଆର୍ଥିକ ଅଭାବରେ ଥିବା ଯୁବକଙ୍କୁ ହଠାତ୍ ଆସିଲା କଲ୍ । ଆଉ ସେହି ଗୋଟିଏ କଲ୍ ବଦଳାଇାଦେଲା ତାଙ୍କ ଜୀବନ ।

କୋଟ୍ଟାୟମ୍ ଜିଲ୍ଲାର ପିରାବୋମର ଭେଲ୍ଲୁରର ମୂଳ ନିବାସୀ ଶିବୁ ପଲ୍ । ୩୧ ବର୍ଷୀୟ ଶିବୁ ପତ୍ନୀ ଲିନନେଟ୍ ଜୋସେଫଙ୍କ ସହ ବ୍ରିଟେନରେ ବର୍ଷେ ଧରି ରହି ଆସୁଥିଲେ । ଏହା ପୂର୍ବରୁ ସେ କୋଚ୍ଚିରେ ସାଉଣ୍ଡ ଇଞ୍ଜିନିୟର୍ କାମ କରୁଥିଲେ । ପତ୍ନୀ ବ୍ରିଟେନ୍ ନାଣ୍ଟିିଘମର ଏକ ହସ୍ପିଟାଲରେ ନର୍ସ କାମ କରୁଛନ୍ତି । କିଛି ଦିନ ପୂର୍ବରୁ ଶିବୁ ବେଷ୍ଟ୍ ଅଫ୍ ଦ ବେଷ୍ଟ୍ ଲାଇଫଷ୍ଟାଇଲ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ । ତେବେ ନିକଟରେ ତାଙ୍କ ଚାକିରୀ ଚାଲିଯିବାକୁ ନେଇ ସେ ଅବସାଦରେ ରହୁଥିଲେ । କିନ୍ତୁ ଭଗବାନ ତାଙ୍କୁ ଏତେ ବଡ଼ ସରପ୍ରାଇଜ୍ ଦେବେ ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଶିବୁ ପ୍ରତିଯୋଗିତାରେ ବିଜୟୀ ହୋଇ ୧.୮୪ କୋଟି ଟଙ୍କାର ଏକ ‘ଲେମ୍ବୋର୍ଗିନୀ କାର୍’ ଜିତିଥିଲେ । ଏହାର ସୂଚନା ପାଇବା ପରେ ସେ ଖୁସିରେ ଡ଼େଇଁଥିଲେ ।

ହେଲେ ଏହି ଖୁସିକୁ ଦ୍ୱିଗୁଣିତ କରିଥିଲା ଆଉ ଏକ ସରପ୍ରାଇଜ୍ । କାମ ହରାଇ ଅବସାଦରେ ଥିବା ଶିବୁଙ୍କୁ କାର୍ ଭିତରୁ ୧୮.୯୪ ଲକ୍ଷ ଟଙ୍କାର ପ୍ରାଇଜ୍ ମନି ମିଳିଥିଲା । ମହାମାରୀ ତାଙ୍କୁ ବେକାରୀ କରିଥିଲେ ହେଁ ଏଭଳି ସରପ୍ରାଇଜ୍ ତାଙ୍କ ଜୀବନକୁ ସମ୍ପୁର୍ଣ୍ଣ ବଦଳାଇଦେଇଛି । ସେ ପ୍ରତିଦିନ ଚାକିରୀ ଖୋଜିବାକୁ ବାହାରି ପଡୁଥିଲେ କିନ୍ତୁ ନିରାଶା ଏବଂ ଅପେକ୍ଷାର ଉତ୍ତର ପାଇ ସେ ନୟାନ୍ତ ହୋଇଯାଇଥିଲେ । ଏହାପରେ ୧୮୦୦ ଟଙ୍କା ଦେଇ ସେ ବିଓଟିବିର ୩ ଟି ଟିକେଟ୍ କିଣି ୩ ଥର ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତିଯୋଗିତାର ଫଳାଫଳରେ ସେ ବିଜୟୀ ଜଣାପଡିଥିଲେ । ବିଓଟିବିର ରିପ୍ରେଜେଣ୍ଟଟେଟିଭ୍ ତାଙ୍କୁ ‘ଲେମ୍ବୋର୍ଗିନୀ କାର୍’ ଏବଂ ୧୮.୯୪ ଲକ୍ଷ ଟଙ୍କାର ପ୍ରାଇଜ୍ ମନି ଅଫର୍ କରିଥିଲେ । କିନ୍ତୁ ଟଙ୍କା ଆଉ ଗାଡ଼ି ଭିତରୁ ସେ ଟଙ୍କାକୁ ଚୟନ କରି ପରିବାରର ଆର୍ଥିକ ଅବସ୍ଥାକୁ ସୁଦୃଢ କରିଥିଲେ ।