ଭାରତର ଆପତ୍ତି ପରେ ନିଷ୍ପତ୍ତି ପ୍ରତ୍ୟାହାର କଲା ବ୍ରିଟେନ୍ । କୋଭିସିଲ୍ଡ୍ ଭ୍ୟାକ୍ସିନକୁ ଦେଲା ମାନ୍ୟତା ।

192

କନକ ବ୍ୟୁରୋ: ବ୍ରିଟେନର କୋଭିସିଲ୍ଡ ଟିକାକୁ ନେଇ କଟକଣା ବିରୋଧରେ ଭାରତର କଡା ସମାଲୋଚନା ପରେ ବ୍ରିଟିସ ସରକାରଙ୍କ ତରଫରୁ ନୂଆ ଯାତ୍ରା ନୀତି କରାଯାଇ କୋଭିସିଲ୍ଡକୁ ମଞ୍ଜୁରି ଦିଆଯାଇଛି । ଭାରତର କଡା ଚେତାବନୀ ପରେ ୨ ଡୋଜ ଭ୍ୟାକସିନ ନେଇଥିବା ଭାରତୀୟ ନାଗରିକ ବ୍ରିଟେନ ଯାତ୍ରା ଉପରୁ କଟକଣା ହଟାଇଛି ବ୍ରିଟେନ୍ । କୋଭିସିଲ୍ଡ୍ ଟିକା ନେଇଥିଲେ ୧୦ ଦିନିଆ ସଂଗରୋଧ ପୂର୍ବରୁ ବାଧ୍ୟତାମୂଳକ ଥିଲା । ଯାହାକୁ ଏବେ ହଟାଇଛି ବ୍ରିଟେନ ।

ସୋମବାର ବ୍ରିଟିସ ସରକାରଙ୍କ ତରଫରୁ ଭାରତ, ତୁର୍କି ,ରୁଷିଆ ଓ ୟୁଏଇରୁ ଯାତ୍ରା ଉପରେ କୋଭିଡ ସମ୍ପର୍କିତ ବିବାଦୀୟ କଟକଣା ଜାରି କରାଯାଇଥିଲା । ଯେଉଁଥିରେ କୋଭିସିଲ୍ଡ ଟିକାର ୨ ଟି ଡୋଜ ନେବାପରେ ବି ଭାରତୀୟଙ୍କୁ ୧୦ ଦିନ ସଂଗରୋଧ ରହିବାକୁ ପଡିବ ବୋଲି ବ୍ରିଟେନ ସରକାରଙ୍କ ତରଫରୁ କୁହାଯାଇଥିଲା । ଏହାପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏ ବିଷୟରେ ହସ୍ତକ୍ଷେପ କରି ୟୁକେ ବୈଦେଶିକ ସଚିବଙ୍କ ସହ କଥାହୋଇଥିଲେ ।

ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଧନ୍ୟବାଦ ଜଣାଇଛି ବିଶ୍ୱ ସ୍ୱାସ୍ଥ ସଂଙ୍ଗଠନ । ଭାରତ ଭ୍ୟାକସିନ ମିତ୍ର ଯୋଜନା ଅନ୍ତର୍ଗତ ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ବିଦେଶକୁ ଟିକା ଯୋଗାଇବାକୁ ନିଷ୍ପତି ନେଇଛି । ଏଭଳି ଘୋଷଣା କରିଥିବାରୁ ଡବଲୁଏଚଓ ମୁଖ୍ୟ ଡାକ୍ତର ଟେଡରସ୍ ସ୍ୱାସ୍ଥମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି । ଏ ବର୍ଷ ଶେଷ ସୁଦ୍ଧା ସାରା ବିଶ୍ୱରେ ୪୦ ପ୍ରତିଶତ ଲୋକଙ୍କ ଟିକାକରଣ ସମ୍ପୂର୍ଣ୍ଣ ହୋଇପାରିବ ବୋଲି ହୁ ମୁଖ୍ୟ କହିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଡାକ୍ତର ଟେଡରସ୍ ।

ଅନ୍ୟପଟେ ଭାରତର ଟିକାକରଣରେ ବିଶ୍ୱ ପାଇଁ ରୋଲ ମଡେଲ ସାଜିଛି ବୋଲି କହିଛନ୍ତିି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଅକ୍ଟୋବର ୩୦ ସୁଦ୍ଧା ୩୦ କୋଟି ଓ ଆସନ୍ତା ୩ ମାସ ମଧ୍ୟରେ ୧୦୦ କୋଟି ଟିକା ଉତ୍ପାଦନ କରାଯାବ ବୋଲି ସେ କହିଛନ୍ତି । ଭ୍ୟାକସିନ ନିର୍ମାଣରେ ଭାରତ ଦୁନିଆର ସର୍ବଶ୍ରେଷ୍ଠ ଥିବାବେଳ, ଭାରତ ଫାର୍ମାସି ଅଫ ଦି ୱାର୍ଲଡର ଟାଇଟଲ ମଧ୍ୟ ଜିତିସାରିଛି ।