UIDAIର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ୧୦ ଦିନ ପରେ ଅକାମୀ ହୋଇଯାଇପାରେ ଆପଣଙ୍କ ଆଧାର ! ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର

57

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଆଧାରରେ କିଛି ଜରୁରୀ ପରିବର୍ତ୍ତନ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ୟୁଆଇଡିଏଆଇ ଭାର୍ଚୁଆଲ ଆଇଡିର ଆରମ୍ଭ କରିବାର ନିଷ୍ପତ୍ତି ନେଇଛନ୍ତି । ଏବେ ଅନେକ ସୁବିଧାର ଲାଭ ଉଠାଇବା ପାଇଁ ଆଧାର ନମ୍ବର ଦେବାକୁ ପଡିବନି । ଏବେ ସରକାର ଆଧାର ଭାର୍ଚୁଆଲ ଆଇଡିର ବ୍ୟବହାର ଉପରେ ଜୋର ଦେବେ । ଏହା ଆଧାରର ନିରାପତ୍ତାକୁ ମଜବୁତ କରିବା ପାଇଁ କରାଯାଇଛି । ୧୦ ଦିନ ପରେ ଆପଣଙ୍କ ଆଧାର ବେକାର ହୋଇଯିବ । ବେକାର ହୋଇଯିବାର ଅର୍ଥ ଏହା ନୁହେଁ ଯେ ଆପଣଙ୍କ ଆଧାର ଅବୈଧ ହୋଇଯିବ । ଏହାର ବ୍ୟବହାରର ସମ୍ଭାବନା ବହୁତ କମ । କାହିଁକିନା ଆଧାର ଭାର୍ଚୁଆଲ ଆଇଡିର ସମସ୍ତ ସ୍ଥାନରେ କାମରେ ଆସିବ । ହେଲେ ଜାଣିଛନ୍ତି କି? ଭାର୍ଚୁଆଲ ଆଇଡି କ’ଣ ? ଏହାର ଫାଇଦା କ’ଣ ହେବ ? ସାଧାରଣ ଜନତା ଏହାର ବ୍ୟବହାର କେମିତି କରିବେ ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ଜଣାଇବୁ ।

VID କ’ଣ ? : ଆଧାର ଭାର୍ଚୁଆଲ ଆଇଡି ଏକ ପ୍ରକାରର ଅସ୍ଥାୟୀ ନମ୍ବର । ଏହା ୧୬ ଅଙ୍କ ବିଶିଷ୍ଟ ନମ୍ବର । ଏହାକୁ ଆଧାରର କ୍ଲୋନ ମଧ୍ୟ କୁହାଯାଏ । ଏଥିରେ କିଛିଟା ତଥ୍ୟ ରହିବ । UIDAI ୟୁଜର୍ସଙ୍କୁ ପ୍ରତ୍ୟେକ ଆଧାରର ଏକ ଭାର୍ଚୁଆଲ ଆଇଡି ତିଆରି କରିବାର ସୁଯୋଗ ଦେବ । ଯଦି କାହାକୁ ନିଜ ଆଧାରର ତଥ୍ୟ ଦେବାକୁ ପଡେ, ତେବେ ୧୨ ଅଙ୍କର ଆଧାର ନମ୍ବର ବଦଳରେ ୧୬ ଅଙ୍କ ବିଶିଷ୍ଟ ଭାର୍ଚୁଆଲ ଆଇଡି ଦେଇପାରିବ । ଭାର୍ଚୁଆଲ ଆଇଡି ଜେନେରେଟ କରିବାର ସୁବିଧା ୧ ଜୁନରୁ ଅନିର୍ବାର୍ଯ୍ୟ ହୋଇଯିବ । ଆଧାର ଭାର୍ଚୁଆଲ ଆଇଡିକୁ UIDAIର ପୋର୍ଟାଲରୁ ଜେନେରେଟ କରାଯାଇପାରିବ । ଏହା ଏକ ଡିଜିଟାଲ ଆଇଡି ହେବ ।

ଏମିତି ଜେନେରେଟ କରନ୍ତୁ VID :

VID ଜେନେରେଟ କରିବା ପାଇଁ UIDAIର ହୋମ ପେଜକୁ ଯାଆନ୍ତୁ ।

• ଏବେ ନିଜର ଆଧାର ନମ୍ବର ଦିଅନ୍ତୁ । ଏହା ବାଦ ସିକ୍ୟୁରିଟି କୋର୍ଡ ଦେଇ SEND OTP ଉପରେ କ୍ଲିକ କରନ୍ତୁ ।

• ଯେଉଁ ମୋବାଇଲ ନମ୍ବରରୁ ଆପଣଙ୍କ ଆଧାର ପଂଜିକୃତ ହେବ, ସେଥିରେ ଆପଣଙ୍କୁ ଓଟିପି ପଠାଯିବ ।

• ଓଟିପି ଦେବା ପରେ ଆପଣଙ୍କୁ ନୂଆ VID ଜେନେରେଟ କରିବାର ଅପ୍ସନ ମିଳିଯିବ ।

• ଯେବେ ଏହା ଜେନେରେଟ ହୋଇଯିବ, ଆପଣଙ୍କ ମୋବାଇଲକୁ ଆପଣଙ୍କ ଭାର୍ଚୁଆଲ ଆଇଡି ପଠାଇ ଦିଆଯିବ । ଅର୍ଥାତ ୧୬ ଅଙ୍କ ବିଶିଷ୍ଟ ନମ୍ବର ଆସିବ ।