ଶ୍ରୀସନ୍ଥଙ୍କୁ ‘ମ୍ୟାଚ୍ ଫିକ୍ସର’ କହିଲେ ଗମ୍ଭୀର । କ୍ରିକେଟ ପଡ଼ିଆରେ ଗମ୍ଭୀର-ଶ୍ରୀସନ୍ଥ ମୁହାଁମୁହିଁ

492

କନକ ବ୍ୟୁରୋ : ବୁଧବାର ସୁରଟରେ ଆୟୋଜିତ ହୋଇଥିଲା ଲିଜେଣ୍ଡ ଲିଗ କ୍ରିକେଟ ଏଲିମିନେଟର ମ୍ୟାଚ । କ୍ରିକେଟ ମଇଦାନରେ ଚାଲିଥାଏ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଜିଆଂଟ ମଧ୍ୟରେ ଫାଇଟ । ସେପଟେ ଗ୍ୟାଲେରିରେ ଥିବା ଦର୍ଶକ ବି ମ୍ୟାଚର ଭରପୂର ମଜା ନେଉଥିଲେ । ହଠାତ ଧ୍ୟାନ ଆକର୍ଷଣ କରିଥିଲା ଦୁଇ ଖେଳାଳୀଙ୍କ ମୁହାଁମୁହିଁ ଘଟଣା । ଲିଜେଣ୍ଡ ଲିଗ କ୍ରିକେଟ ଏଲିମିନେଟର ମ୍ୟାଚରେ ଭାରତର ଦୁଇ ପୂର୍ବତନ ଖେଳାଳୀ ଗୌତମ ଗମ୍ଭୀର ଓ ଶ୍ରୀସନ୍ଥଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ଓ ପରେ ମୁହାଁମୁହିଁ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଇଣ୍ଡିଆ କ୍ୟାପିଟାଲ୍ସର ଅଧିନାୟକ ଗୌତମ ଗମ୍ଭୀର ଓ ଗୁଜରାଟ ଜିଆଂଟସନ ଖେଳାଳୀ ଶ୍ରୀସନ୍ଥଙ୍କ ମଧ୍ୟରେ ବଡ ଧରଣର ଯୁକ୍ତିତର୍କ ଘଟଣା ଦେଖିବାକୁ ମିଳିଥିଲା ।

ଘଟଣା ସ୍ଥଳରେ ଅମ୍ପାୟାରର୍ସ ଓ ସାଥୀ ଖେଳାଳୀ ପହଁଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ତେବେ ସୋସିଆଲ ମିଡିଆରେ ଘଟଣା ଭିିଡିଓ ଭାଇରାଲ ପରେ ସଫେଇ ସୋସିଆଲ ମିଡିଆରେ ସଫେଇ ରଖିଛନ୍ତି ଗୌତମ ଗମ୍ଭୀର  ।

ପଡ଼ିଆର ବାକଯୁଦ୍ଧ ପରେ ଏବେ ଚାଲିଛି ସୋସିଆଲ ମିଡିଆ ଫାଇଟ । ଫଟୋ ପୋଷ୍ଟ କରି ଗମ୍ଭୀର ନିଜ ସଫେଇ ରଖୁଥିବାବେଳେ ଶ୍ରୀସନ୍ଥ ପ୍ରଶଂସକଙ୍କ ସତକୁ ସମର୍ଥନ କରିବାକୁ କରିବାକୁ ଅପିଲ କରିଛନ୍ତି ।ଶ୍ରୀସନ୍ଥ କହିଛନ୍ତି ୨୦୧୩ ମ୍ୟାଚ ଫିକ୍ସିଂ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ କ୍ଲିନଚିଟ ଦେଇସାରିଛନ୍ତି । ସୁପ୍ରିମକୋର୍ଟଙ୍କ ଫଇସଲା ପରେ ମ୍ୟାଚ୍ ଫିକ୍ସି ଶଦ୍ଧ ବ୍ୟବହାର ଗ୍ରହଣୀୟ ନୁହେଁ । ତୁମେ କ’ଣ ସୁପ୍ରିମକୋର୍ଟଙ୍କ ଉପରେ ବୋଲି ଗମ୍ଭୀରଙ୍କୁ ପ୍ରଶ୍ନ ପଚାରିଛନ୍ତି ଶ୍ରୀସନ୍ଥ । ଘଟଣାର ତଦନ୍ତ କରିବ ଏଲଏଲସି । ଅଭିଯୋଗ ସତ ହେଲେ ନିୟମ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛି ଲିଜେଣ୍ଡ ଲିଗ କ୍ରିକେଟ ଆସୋସିଏସନ ।