କନକ ବ୍ୟୁରୋ : ଯଦି ଆପଣ କୌଣସି ବିଦେଶୀ ବିଶ୍ୱବିଦ୍ୟାଳୟର କୋଲାବରେସନ କରିଥିବା ଏଡଟେକ କମ୍ପାନୀ କିମ୍ବା କଲେଜରେ ପ୍ଧଙ୍ଖ ପଢୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଏନେଇ ୟୁଜିସି ତରଫରୁ ଚେତବାନୀ ଦିଆଯାଇଛି । ୟୁଜିସି ତରଫରୁ ବିଦେଶୀ ବିଶ୍ୱବିଦ୍ୟାଳୟ ସହ କୋଲାବରେସନ ବ୍ୟବସ୍ଥାରେ ଡିଗ୍ରୀ ପ୍ରଦାନ କରୁଥିବା ଏଡଟେକ କମ୍ପାନୀ କିମ୍ବା କଲେଜକୁ ଚେତାବନୀ ଦିଆଯାଇଛି । ଏହି ଚେତାବନୀରେ ଆୟୋଗ କହିଛି କି, ଏମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା କୌଣସି ଡିଗ୍ରୀ ବୈଦ୍ଧ ହେବ ନାହିଁ । ଏହାସହ ଏଭଳି କଲେଜରେ ଆଡମିଶନ ନ ନେବାକୁ ୟୁଜିସି ତରଫରୁ ଚେତାବନୀ ଦିଆଯାଇଛି ।
ୟୁଜିସିର ସଚିବ ମନୀଷ ଜୋଶୀ କହିଛନ୍ତି କି, କିଛି ଉଚ୍ଚଶିକ୍ଷା ଅନୁଷ୍ଠାନ ଓ ମହାବିଦ୍ୟାଳୟ ଆୟୋଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ନଥିବା ବିଦେଶୀ ଭିତ୍ତିକ ଶିକ୍ଷାନୁଷ୍ଠାନ କିମ୍ବା ପ୍ରଦାନକାରୀମାନଙ୍କ ସହ ମିଳିତ ଚୁକ୍ତି କରିଛନ୍ତି ଏବଂ ଛାତ୍ରଛାତ୍ରୀଙ୍କୁ ବିଦେଶୀ ଡିଗ୍ରୀ ପ୍ରଦାନ କରିବାରେ ସୁବିଧା ଦେଉଛନ୍ତି । ଏଭଳି ବ୍ୟବସ୍ଥା ପରେ ପ୍ରଦାନ କରାଯାଉଥିବା ଡିଗ୍ରୀକୁ ମଧ୍ୟ ଆୟୋଗ ସ୍ୱୀକୃତି ଦେଉନାହାଁନ୍ତି ।
କିଛି ଏଡଟେକ୍ କମ୍ପାନୀ ଖବରକାଗଜ, ସୋସିଆଲ ମିଡିଆ ଓ ଟେଲିଭିଜନରେ ବିଜ୍ଞାପନ ଦେଉଥିବା ବେଳେ କେତକ ବିଦେଶୀ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନ ସହଯୋଗରେ ଅନଲାଇନ ମୋଡରେ ଡିଗ୍ରୀ ଓ ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରୁଥିବା ୟୁଜିସିର ନଜରକୁ ଆସିଛି । ଏଭଳି ଫ୍ରାଞ୍ଚାଇଜ୍ ବ୍ୟବସ୍ଥାକୁ ଅନୁମତି ନାହିଁ ଏବଂ ଏଭଳି କୌଣସି କାର୍ଯ୍ୟକ୍ରମ କିମ୍ବା ଡିଗ୍ରୀକୁ ୟୁଜିସି ମାନ୍ୟତା ମିଳିବ ନାହିଁ । ସମସ୍ତ ଖିଲାପକାରୀ ଏଡଟେକ୍ କମ୍ପାନୀ ଓ ଏଚଇଆଇ ବିରୋଧରେ ପ୍ରଯୁଜ୍ୟ ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/23-13.jpg)