ଛାତ୍ରଛାତ୍ରୀ ସାବଧାନ ! ଦେଶରେ ଅଛି ୨୪ଟି ନକଲି ବିଶ୍ୱବିଦ୍ୟାଳୟ, ତାଲିକା ଜାରି କଲା ୟୁଜିସି । ଜାଣନ୍ତୁ ଓଡ଼ିଶାର କେଉଁ ବିଶ୍ୱବିଦ୍ୟାଳୟ ନକଲି

67

କନକ ବ୍ୟୁରୋ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ଦେଶର ୨୪ଟି ନକଲି ବିଶ୍ୱବିଦ୍ୟାଳୟର ତାଲିକା ଜାରି କରିଛି । ଯେଉଁ ତାଲିକାରେ ଦିଲ୍ଲୀର ଆଠଟି ବିଶ୍ୱବିଦ୍ୟାଳୟ ରହିଛି । ଏହାଛଡା ଏହି ୨୪ଟି ନକଲି ବିଶ୍ୱବିଦ୍ୟାଳୟ ମଧ୍ୟରେ ଦୁଇଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ରାଉରକେଲା ଓ ବାରିପଦାରେ ଏହି ଦୁଇଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ରାଉରକେଲାର ନବ ଭାରତ ଶିକ୍ଷା ପରିଷଦ ଓ ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ବାରିପଦାରେ ଏହି ଦୁଇଟି ନକଲି ବିଶ୍ୱବିଦ୍ୟାଳୟ ରହିଛି ।

ୟୁଜିସି ଏକ ନୋଟିସ ଜାରି କରି କହିଛି, ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ସୂଚିତ କରାଯାଉଛି କି ଏବେ ଦେଶରେ ବିଭିନ୍ନ ପ୍ରାନ୍ତରେ ୨୪ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ଯେଉଁମାନେ ୟୁଜିସି ଦ୍ୱାରା ପଞ୍ଜିକୃତ ହୋଇନାହାନ୍ତି । ଏହି ବିଶ୍ୱବିଦ୍ୟାଳୟ ଗୁଡିକ ନକଲି ଓ ଏମାନଙ୍କର ଡିଗ୍ରି ଦେବାର କୌଣସି ଅଧିକାର ନାହିଁ । ଏହାଛଡା ପଣ୍ଡିଚେରୀ, ଆଲିଗଡ, ବିହାର, କାନପୁର, ପ୍ରତାପଗଡ, ମଥୁରା, ନାଗପୁର ,କେରଳ, କର୍ଣ୍ଣାଟକ ଓ ଅହ୍ଲାବାଦରେ ମଧ୍ୟ ନକଲି ବିଶ୍ୱବିଦ୍ୟାଳୟ ରହିଛି ।