କନକ ବ୍ୟୁରୋ: ରଦ୍ଦ ହେଲା ୟୁଜିସି ନେଟ୍ ପରୀକ୍ଷା । ଗତ ଜୁନ୍ ୧୮ ତାରିଖରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ଦେଶର ବିଭିନ୍ନ ସହରରେ କରାଯାଇଥିବା ୟୁଜିସି-ନେଟ୍ ପରୀକ୍ଷାକୁ ରଦ୍ଦ କରିଦିଆଯାଇଛି । ତେବେ ପରୀକ୍ଷାରେ କିଛି ଅନିୟମିତତା ଥିବା ଅଭିଯୋଗ ହେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି ।

Advertisment

ଜୁନ୍ ୧୯ ତାରିଖରେ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)କୁ ପରୀକ୍ଷାରେ ଅନିୟମିତତା ନେଇ ସୂଚନା ମିଳିଥିଲା । ଯାହାପରେ ଦେଶରେ ହେଇଥିବା ଏହି ପରୀକ୍ଷାକୁ ରଦ୍ଦ ଘୋଷଣା କରାଯାଇଛି । ଏଥିସହ ଏବେ ପୁଣିଥରେ ଏହି ପରୀକ୍ଷା କରାଯିବ । ଯେଉଁଥିରେ ଖୁବଶୀଘ୍ର ସୂଚନା ଦିଆଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖରେ ଦେଶର ୩୧୭ ସହରରେ ୧୨୦୫ ପରୀକ୍ଷା କେନ୍ଦ୍ର ହେଇଥିଲା । ଏହି ପରୀକ୍ଷା କେନ୍ଦ୍ରରେ ପାଖାପାଖି ୧୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ୟୁଜିସି-ନେଟ୍ ପରୀକ୍ଷା ଦେଇଥିଲେ ।