କନକ ବ୍ୟୁରାେ: ୨୦୨୧ ବର୍ଷର ୟୁଜିସି ନେଟ୍ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ । ସେ ନିଜ ଟ୍ଵିଟର ହ୍ୟାଣ୍ଡେଲ ଜରିଆରେ ଏହି ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। ଜାତୀୟ ପରୀକ୍ଷା ଏଜେନ୍ସି ମେ ମାସ ୨,୩,୪,୫,୬,୭, ୧୦,୧୧,୧୨,୧୪ ଏବଂ ୧୭ରେ ୟୁଜିସି ନେଟ୍ ପରୀକ୍ଷା କରିବ।
ଶିକ୍ଷା ମନ୍ତ୍ରୀ କରିଥିବା ଟୁଇଟରେ କହିଛନ୍ତିି, ଜାତୀୟ ପରୀକ୍ଷା ଏଜେନ୍ସି ଜୁନିଅର ରିସର୍ଚ୍ଚ ଫେଲୋସିପ୍ ଏବଂ ସହକାରୀ ପ୍ରଫେସରଙ୍କ ପାଇଁ ଯୋଗ୍ୟତା ପରୀକ୍ଷା ୨,୩,୪,୫,୬,୭, ୧୦,୧୧,୧୨,୧୪ ଏବଂ ୧୭ ମଇ ୨୦୨୧ରେ ହେବ। ଜାତୀୟ ଟେଷ୍ଟିଂ ଏଜେନ୍ସିର ସର୍କୁଲାର ଅନୁଯାୟୀ ୟୁଜିସି ନେଟ୍ ୨୦୨୧ ସଂପୂର୍ଣ୍ଣ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ।
📢Announcement
National Testing Agency (@DG_NTA) will conduct next UGC-NET exam for Junior Research Fellowship & eligibility for Assistant Professor on 2, 3, 4, 5, 6, 7, 10, 11, 12, 14 & 17 May 2021.
Read circular attached for more info! Good luck to all participants.#UGCNETpic.twitter.com/5j1zifvjD1— Dr. Ramesh Pokhriyal Nishank (@DrRPNishank) February 2, 2021
ୟୁଜିସି ନେଟ୍ ୨୦୨୧ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଅନଲାଇନ୍ରେ ହେବ ଏବଂ ଏହି ପ୍ରକ୍ରିୟା ଫେବୃଆରି ୨, ୨୦୨୧ରେ ଆରମ୍ଭ ହେବ। ୟୁଜିସି ନେଟ୍ ୨୦୨୧ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ଫେବୃଆରି ୨, ୨୦୨୧ରୁ ମାର୍ଚ୍ଚ ୨, ୨୦୨୧ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ। ପରୀକ୍ଷା ଆବେଦନ ଶୁଳ୍କ ମାର୍ଚ୍ଚ ୩, ୨୦୨୧ ପର୍ଯ୍ୟନ୍ତ ପ୍ରଦାନ କରିପାରିବେ। ପରୀକ୍ଷାର ଅବଧି ତିନି ଘଣ୍ଟା ହେବ। ପେପର ୧ର ପରୀକ୍ଷା ୧୦୦ ମାର୍କ ବହନ କରୁଥିବାବେଳେ ପେପର ୨ର ପରୀକ୍ଷା ୨୦୦ ମାର୍କ ବହନ କରିବ।