ପରୀକ୍ଷା ଓ ଶିକ୍ଷାବର୍ଷ ପାଠପଢ଼ା ନେଇ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି : ୨୦୨୧–୨୨ ଶିକ୍ଷାବର୍ଷ ପାଇଁ ସେପ୍ଟେମ୍ବର ୩୦ ସୁଦ୍ଧା ହେବ ନାମଲେଖା; ଅକ୍ଟୋବର ୧ ତାରିଖରୁ ପାଠପଢ଼ା ଆରମ୍ଭ

Advertisment
ପରୀକ୍ଷା ଓ ଶିକ୍ଷାବର୍ଷ ପାଠପଢ଼ା ନେଇ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି : ୨୦୨୧–୨୨ ଶିକ୍ଷାବର୍ଷ ପାଇଁ ସେପ୍ଟେମ୍ବର ୩୦ ସୁଦ୍ଧା ହେବ ନାମଲେଖା; ଅକ୍ଟୋବର ୧ ତାରିଖରୁ ପାଠପଢ଼ା ଆରମ୍ଭ

କନକ ବ୍ୟୁରୋ : ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଗାଇଡଲାଇନ ଜାରି କରିଛି ୟୁଜିସି । ବର୍ତ୍ତମାନର ଶିକ୍ଷାବର୍ଷ ଓ ଆଗାମୀ ଶିକ୍ଷାବର୍ଷ ପାଇଁ ବିସ୍ତୃତ ସୂଚୀ ଜାରି କରାଯାଇଛି । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସେପ୍ଟେମ୍ବର ୩୦ ସୁଦ୍ଧା ନାମଲେଖା ଶେଷ କରିବାକୁ କୁହାଯାଇଛି । ସେହିପରି ଆଗାମୀ ଶିକ୍ଷାବର୍ଷ ପାଇଁ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବ ପାଠପଢା ।

ୟୁଜିସି ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୩୧ ସୁଦ୍ଧା ରାଜ୍ୟ ବୋର୍ଡ, ସିବିଏସଇ ଓ ଆଇସିଏସଇର ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ୟୁଜି ନାମଲେଖା ଆରମ୍ଭ ହେବ। ସେପ୍ଟେମ୍ବର ୩୦ ସୁଦ୍ଧା ୟୁଜି ନାମଲେଖା ଶେଷ ହେବ । ଏହାପରେ ଆଉ ୟୁଜି ନାମଲେଖା ହୋଇପାରିବ ନାହିଁ । ତେବେ ବଳକା ସିଟ୍‌ ପାଇଁ ଅକ୍ଟୋବର ୩୧ ସୁଦ୍ଧା ନାମଲେଖା ହେବ । ତେବେ ୟୁଜିସି ଗାଇଡ୍‌ଲାଇନ୍‌ ଜାରି ହେବାର ୨ ମାସ ପୂର୍ବରୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନେଇସାରିଛି। ବିଦ୍ୟାର୍ଥୀଙ୍କ ପରୀକ୍ଷା ପ୍ରସ୍ତୁତି, ଉଚ୍ଚଶିକ୍ଷା ବିଭାଗ, ଶିକ୍ଷାନୁଷ୍ଠାନଗୁଡ଼ିକୁ ପରୀକ୍ଷା ପରିଚାଳନାରେ ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି ।

ପରୀକ୍ଷା ଫଳ ଘୋଷଣାରେ ବିଳମ୍ବ ହେଲେ ଅକ୍ଟୋବର ୧୮ ତାରିଖ ସୁଦ୍ଧା ଅଫ୍‌ଲାଇନ୍‌, ଅନ୍‌ଲାଇନ୍‌ କିମ୍ବା ଯେକୌଣସି ଭାବରେ ଉଚ୍ଚ ଶିକ୍ଷାନୁଷ୍ଠାନ ସେମାନଙ୍କ ଶିକ୍ଷାବର୍ଷ ଆରମ୍ଭ କରିବେ । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନ ୨୦୨୧ ଅକ୍ଟୋବର ୧ରୁ ୨୦୨୨ ମସିହା ଜୁଲାଇ ୩୧ ତାରିଖ ସୁଦ୍ଧା କ୍ଲାସ, ସେମିଷ୍ଟାର, ପରୀକ୍ଷା ପରିଚାଳନା ପାଇଁ ଖସଡ଼ା ପ୍ରସ୍ତୁତ କରିବେ। ଲକ୍‌ଡାଉନ୍‌ ଯୋଗୁଁ ଅଭିଭାବକ ଆର୍ଥିକ ଦୁରବସ୍ଥାର ସମ୍ମୁଖୀନ ହୋଇଛନ୍ତି। ତେଣୁ ଅକ୍ଟୋବର ୩୧ ତାରିଖ ସୁଦ୍ଧା ବିଦ୍ୟାର୍ଥୀ ନାମଲେଖା ପ୍ରତ୍ୟାହାର କଲେ ସେମାନେ ଦାଖଲ କରିଥିବା ପ୍ରାପ୍ୟରୁ ସର୍ବାଧିକ ଏକ ହଜାର ଟଙ୍କା କାଟି ବାକି ସବୁ ଫେରାଇବାକୁ ନିର୍ଦେଶ ହୋଇଛି । ଏଆଇସିଟିଇ, ଏନସିଟିଇ, ବିସିଆଇ, ଏନଏମସି, ବିସିଆଇ, ଆଇଏନ୍‌ସି, ପିସିଆଇ, ଆୟୁସ ପକ୍ଷରୁ ଆବଶ୍ୟକତା ଅନୁସାରେ ଏହି ଗାଇଡଲାଇନକୁ ଗ୍ରହଣ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe