କନକ ବ୍ୟୁରୋ: ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା, ତା’ର ଅବସାନ ଘଟିଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ମାନ୍ୟତା ଦେଇଛନ୍ତି ୟୁଜିସି । ୨୦୨୦ ମସିହାରେ ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ପରିଣତ କରିଥିଲେ ରାଜ୍ୟ ସରକାର । ତେବେ ଏ ନେଇ ୟୁଜିସି ଆପତି କରିବା ପରେ ବିବାଦ ସୃଷ୍ଟି ହୋଇଥିଲା । ଏ ସଂପର୍କରେ ଓଡ଼ିଶା ସରକାର ଚିଠି ଲେଖିବା ପରେ ଏହାର ଅବସାନ ଘଟିଛି ।
ବିଶ୍ୱବିଦ୍ୟାଳୟ ତାଲିକାରେ ଏହାକୁ ଅନ୍ତର୍ଭୁକ୍ତ କରିଛି ୟୁଜିସି । ତେବେ ଏହି ବିଶ୍ୱବିଦ୍ୟାଳୟ କିପରି କାର୍ଯ୍ୟ କରିବ ଏ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ଟ୍ୱିଟ୍ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଏହା ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆକାଂକ୍ଷା ପୂରଣ ହେବ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆବଶ୍ୟକ ତଥ୍ୟ ପ୍ରଦାନ କଲେ, ୟୁଜିସି ନିୟମ ଅନୁସାରେ ଖୁବଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ ବୋଲି ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/Rajendra-University-Orissa.jpg)