କନକ ବ୍ୟୁରୋ : ଉଗାଣ୍ଡର ଏକ ସ୍କୁଲରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ଜଡିତ ଏଡିଏଫ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମ ମୁତାବକ ଏହି ଆକ୍ରମଣରେ ୪୦ ଜଣଙ୍କର ଜୀବନ ଯାଇଛି ଓ ଅନେକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ସର୍ବାଧିକ ଛାତ୍ରଛାତ୍ରୀ ରହିଛନ୍ତି । ଆକ୍ରମଣ ପରେ ଆତଙ୍କବାଦୀମାନେ ସ୍କୁଲ ହଷ୍ଟେଲରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ସେମାନେ ସ୍କୁଲରେ ମହଜୁଦ ଥିବା ଖାଦ୍ୟ ସାମଗ୍ରୀ ଲୁଟି ନେଇଥିଲେ ।

Advertisment

କୁହାଯାଉଛି କି ଗତ ୨୫ ବର୍ଷ ମଧ୍ୟରେ ଉଗାଣ୍ଡର ସ୍କୁଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରୁ ଏହା ସବୁଠାରୁ ବଡ ଓ ଘାତକ ଆକ୍ରମଣ । ଏହି ଆକ୍ରମଣ ଉଗାଣ୍ଡାର ଏଲାଇଡ ଡେମୋକ୍ରେଟିକ ଫୋର୍ସେସ ଦ୍ୱାରା ମ୍ପୋଡବେ ଲୁବିରିଶ ସେକେଣ୍ଡାରୀ ସ୍କୁଲ ଉପରେ କରାଯାଇଛି ।

କେବଳ ଆକ୍ରମଣ କରିନଥିଲେ । ଆତଙ୍କବାଦୀମାନେ ୬ଜଣଙ୍କୁ ଅପହରଣ ମଧ୍ୟ କରିନେଇଛନ୍ତି । ଶୁକ୍ରବାର ରାତି ୧୧ ଟା ବେଳେ ଏହି ଘଟଣା ଘଟିଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଆକ୍ରମଣ ପରେ ଆତଙ୍କବାଦୀମାନେ କଙ୍ଗୋ ପଳାଇ ଯାଇଛନ୍ତି । ପୋଲିସ କହିଛି କି, ଗମ୍ଭୀର ଭାବେ ଆହାତ ହୋଇଥିବା ୮ ଜଣଙ୍କୁ ମେଡିକାଲ ପଠାଇ ଦିଆଯାଇଛି । ଏହି ଆକ୍ରମଣରେ ୨୦-୨୫ ଜଣ ଆତଙ୍କବାଦୀ ସାମିଲ ଥିବା କଥା କୁହାଯାଉଛି ।

ଏଡିଏଫ ତରଫରୁ ଏହା ପୂର୍ବରୁ ଏପ୍ରିଲ ମାସରେ ଏକ ଗାଁ ଉପରେ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ୨୦ ଜଣ ଲୋକଙ୍କ ଜୀବନ ଯାଇଥିଲା । ତା ପୂର୍ବରୁ ମାର୍ଚ୍ଚ ମାସରେ ଏଡିଏଫ ଆତଙ୍କବାଦୀଙ୍କ ଆକ୍ରମଣରେ ୩୬ ଜଣ ପ୍ରାଣ ହରାଇଥିଲେ ।