ୟୁଜି , ପିଜି ଶେଷ ସେମିଷ୍ଟାର ପରୀକ୍ଷା ନିଷ୍ପତ୍ତି ଆଜି : ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ହେବ ଆଲୋଚନା ; ସାମିଲ ହେବେ ୧୧ ବିଶ୍ୱବିଦ୍ୟାଳୟ କୂଳପତି ଓ ୩୫ କଲେଜ ଅଧ୍ୟକ୍ଷ

274

କନକ ବ୍ୟୁରୋ : କେବେ ହେବ ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା । ଏନେଇ ଆଜି ହୋଇପାରେ ଚୂଡାନ୍ତ ନିଷ୍ପତି । ଏଥିପାଇଁ ଆଜି କୁଳପତିଙ୍କ ବୈଠକ ଡାକିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଭିଡିଓ କନ୍ଫରେନ୍ସିଂ ଜରିଆରେ ହେବାକୁ ଥିବା ଏହି ବୈଠକରେ ରାଜ୍ୟର ୧୧ଟି ବିଶ୍ୱବିଦ୍ୟାଳୟର କୁଳପତି ଓ ପରୀକ୍ଷା ନିୟନ୍ତ୍ରକ, ୧୯ ସରକାରୀ ସ୍ୱୟଂଶାସିକ ମହାବିଦ୍ୟାଳୟ ଓ ୧୬ଟ ଅନୁଦାନପ୍ରାପ୍ତ ବେସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକ ସାମିଲ ହେବେ । କେବେ ଓ କେଉଁ ସମୟରେ ପରୀକ୍ଷା କରାଯାଇପାରିବ ସେ ନେଇ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କ ମତାମତ ନିଆଯିବ ।

ସେପଟେ ପରୀକ୍ଷା କରିବା ପାଇଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ପ୍ରସ୍ତୁତ କରିସାରିଥିବା ଜଣାପଡିଛି । ତେବେ ରାଜ୍ୟରେ ବର୍ତମାନ କରୋନା ସଂକ୍ରମଣ ଉପରମୁହାଁ ଥିବାରୁ ସେପ୍ଟେମ୍ବରରେ ପରୀକ୍ଷା କରିବା କେତେ ଦୂରଠିକ ସେ ନେଇ ଏହି ବୈଠକରେ ଆଲୋଚନା ହେବ । ଏବଂ ଆବଶ୍ୟକ ପଡିଲେ ଅକ୍ଟୋବର ମାସକୁ ପରୀକ୍ଷା ଘୁଂଚାଇବାକୁ ୟୁଜିସିକୁ ଚିଠି ଲେଖି ପାରିନ୍ତି ରାଜ୍ୟ ସରକାର । ସୁପ୍ରିମକୋର୍ଟ ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ବାଧ୍ୟତାମୂଳକ କହିବା ପରେ ପରୀକ୍ଷା କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

Comments are closed.