ଆଜି ୟୁଜି-ପିଜି ପରୀକ୍ଷା ନେଇ ହୋଇପାରେ ନିଷ୍ପତ୍ତି : ବିଭିନ୍ନ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କ ସହ ଆଲୋଚନା କରିବେ ଉଚ୍ଚଶିକ୍ଷା ମନ୍ତ୍ରୀ

318

କନକ ବ୍ୟୁରୋ : ଚଳିତବର୍ଷ ୟୁଜି ଓ ପିଜି ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଆଜି କୁଳପତିମାନଙ୍କ ସହ ଆଲୋଚନା କରିବେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଭିଡିଓ କନଫରେନସିଂ ଜରିଆରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିବେ । ପରୀକ୍ଷା ହେବ ନା ନାହିଁ ସେନେଇ ଜଣାଇବାକୁ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସରକାରଙ୍କୁ ଜଣାଇବା ପାଇଁ କୁଳପତିମାନଙ୍କୁ ୭ ଦିନ ସମୟ ଦିଆଯାଇଥିଲା ।

ମହାମାରୀ ଯୋଗୁଁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଅନଲାଇନ ପାଠପଢ଼ା ଚାଲିଛି । ଜୁନ ସୁଦ୍ଧା ସମସ୍ତ କୋର୍ସ ଶେଷ ହୋଇଯିବ । ତେଣୁ ପରୀକ୍ଷା ସଂକ୍ରାନ୍ତରେ ପିଲାମାନଙ୍କ ସହ ଆଲୋଚନା କରି ସରକାରଙ୍କୁ ଜଣାଇବା ପରେ ଚୂଡାନ୍ତ ନିଷ୍ପତ୍ତି ହେବ । ଆଜି ଏହି ଦିଗରେ ବିଶ୍ୱବିଦ୍ୟାଳୟ ଗୁଡିକର ଅଗ୍ରଗତି ନେଇ ଅନୁଧ୍ୟାନ କରିବେ ମନ୍ତ୍ରୀ । ବୈଠକରେ ୟୁଜି ଓ ପିଜି ନାମଲେଖା ସଂପର୍କରେ ମଧ୍ୟ ଆଲୋଚନା ହୋଇପାରେ । ଏହାବାଦ ଯୁକ୍ତ ୩ ପରୀକ୍ଷା ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିବେ ମନ୍ତ୍ରୀ ଅରୁଣ ସାହୁ ।