ଏଥର ହେବନି ୟୁଜି, ପିଜି ପରୀକ୍ଷା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କୁ ଚିଠି

921

କନକ ବ୍ୟୁରୋ : ଏଥର ହେବନି ୟୁଜି ପିଜି ପରୀକ୍ଷା । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖାଯାଇଛି । ମହାମାରୀ କରୋନା ଯୋଗୁ ପାଠପଢା ବାଧାପ୍ରାପ୍ତ ହୋଇଛି । ଅନଲାଇନ ପାଠପଢା ଚାଲିଛିି ହେଲେ ସବୁ ପିଲା ସୁବିଧା ପାଇନାହାନ୍ତି । ଅନଲାଇନ ପାଠପଢାକୁ ଆଧାର କରି ଏବେ ପରୀକ୍ଷା କରିହେବନି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁଳପତିଙ୍କୁ ଚିଠି ଲେଖାଯାଇଛି । କ୍ଲାସରୁମରୁ ପାଠପଢା ଆରମ୍ଭ ହେଲେ, ପାଠ୍ୟକ୍ରମ ସରିଲେ ପରୀକ୍ଷା ନେଇ ବିଚାର କରାଯିବ ।

କରୋନା ମହାମାରୀ ଯୋଗୁଁ ରାଜ୍ୟରେ ସବୁ ସ୍କୁଲ, କଲେଜ ବନ୍ଦ ରହିଛି । ତେଣୁ ଅନଲାଇନ ଜରିଆରେ ପିଲାମାନେ ପାଠ ପଢୁଛନ୍ତି । ହେଲେ ଏହି ପାଠ ପଢାରେ ପରୀକ୍ଷା ନକରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ସ୍କୁଲ ପାଠ୍ୟକ୍ରମ ଆରମ୍ଭ ହେଲେ ପରୀକ୍ଷ ହେବ ବୋଲି କହିଛନ୍ତି ସରକାର ।