ମହାରାଷ୍ଟ୍ରରେ ଠାକରେ ସରକାର । ଶିବାଜୀ ପାର୍କରେ ଶପଥ ନେଲେ ଶିବସେନା ମୁଖ୍ୟ, ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ହେଲା ରାଜ୍ୟାଭିଷେକ ।

692

କନକ ବ୍ୟୁରୋ: ଉଦ୍ଧବ ଠାକରେଙ୍କ ହାତରେ ମହାରାଷ୍ଟ୍ରର ମଙ୍ଗ । ଆଜିଠାରୁ ମହାରାଷ୍ଟ୍ରରେ ଠାକରେ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ମହାରାଷ୍ଟ୍ରର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ ।

ମୁମ୍ବାଇର ଶିବାଜୀ ପାର୍କରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଉଦ୍ଧବଙ୍କ ହେଲା ରାଜ୍ୟାଭିଷେକ । ଏହି ଅବସରରେ ମହାମେଣ୍ଟର ତିନି ଦଳ କଂଗ୍ରେସ-ଏନସିପି ଓ ଶିବସେନାର ସମସ୍ତ ବିଧାୟକଙ୍କ ସହ ଶୀର୍ଷ ନେତା ଉପସ୍ଥିତ ଥିବା ଦେଖିବାକୁ ମିଳିଛି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ପ୍ରମୂଖ ଶପଥ ପାଠ ସମାରୋହରେ ସାମିଲ ହୋଇଛନ୍ତି ।

ସବୁଠାରୁ ବଡ଼ କଥା ହେଲା, ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉଦ୍ଧବଙ୍କ ରାଜ୍ୟାଭିଷେକରେ ସାମିଲ ହୋଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ. ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୋ÷÷ଡା, ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଯୋଗ ଦେଇଥିବା ସୂଚନା ମିଳିଛି ।