କନକ ବ୍ୟୁରୋ: ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ବିଜେପି ମନା କରିଦେବା ପରେ ଦ୍ୱିତୀୟ ବୃହତମ ଦଳ ଭାବେ ଶିବସେନାକୁ ସରକାର ଗଠନ ପାଇଁ ନିମନ୍ତ୍ରଣ ଦେଇଛନ୍ତି ରାଜ୍ୟପାଳ । ଆଉ ରାଜ୍ୟପାଳ ଆମନ୍ତ୍ରଣ କରିବା ପରେ ମହାରାଷ୍ଟ୍ରର ରାଜନୀତି ଜୋରଦାର ଧରିଛି। ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଶିବସେନା ସୋମବାର ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିପାରେ।
ମହାରାଷ୍ଟ୍ରରେ ଶିବସେନା ନୂଆ ସରକାରର ଅଂଶବିଶେଷ ହେବାକୁ ଥିବାବେଳେ କଂଗ୍ରେସ ଦୂରରେ ଥାଇ ସମର୍ଥନ କରିପାରେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଏନସିପି ଓ କଂଗ୍ରେସ ମଧ୍ୟରେ ହୋଇଥିବା ଆଲୋଚନା ଅନୁସାରେ ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କ ପୁତୁରା ଅଜିତ ପାଓ୍ଵାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ।
ଖାଲି ସେତିକି ନୁହେଁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରେ ମନ୍ତ୍ରିମଣ୍ଡଳରେ କେଉଁମାନେ ସ୍ଥାନ ପାଇବେ ତାହା ମଧ୍ୟ ନିଷ୍ପତ୍ତି ହୋଇସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/uddhav-thakre-650_110819100648.jpg)