କନକ ବ୍ୟୁରୋ : ଶିବସେନାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମଧ୍ୟରେ ଚାଲିଥିବା ବିବାଦର ବୁଧବାର ଶୁଣାଣି କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟଳର ପ୍ରଧାନ ବିଚାରପତି ଏନଭି ରମଣା ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ମାମଲାର ଶୁଣାଣି କରିବେ ।

Advertisment

ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ସୁପ୍ରମିକୋର୍ଟର ଶୁଣାଣି ନ ହେବା ଯାଏ ଏକନାଥ ସିନ୍ଦେଙ୍କ ସରକାରକୁ ବେଆଇନ ବୋଲି ଦାବି କରୁଥିବା ବେଳେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ବାସ୍ତବ ଶିବସେନା ବୋଲି ଦାବି କରିଛନ୍ତି । ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କୁ ଏକନାଥ ସିନ୍ଦେଙ୍କ ସରକାରରେ କୌଣସି ମନ୍ତ୍ରୀଙ୍କ ଶପଥ ଗ୍ରହଣ ନ କରିବାକୁ ଅନୁରୋଧ କରିଛନ୍ତି । ଏକନାଥ ସିନ୍ଦେଙ୍କ ମୁଖ୍ୟମନ୍ତ୍ରୀ ନିଯୁକ୍ତି ନେଇ ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ସେନା ବେଆଇନ ବୋଲି ଦାବି କରିଛି ।

ଏପରି ସ୍ଥିତିରେ ଶିବସେନା ସାଂସଦ ସଞ୍ଜୟ ରାଉତ ସୁପ୍ରିମକୋର୍ଟରେ ଶୁଣାଣି ନ ହେବା ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି । ଏହି ମାମଲାର ଶୁଣାଣି ଗତ ଜୁଲାଇ ୧୨ ତାରିଖରେ ହେବାର ଥିଲା । କିନ୍ତୁ ଏହି ବିବାଦକୁ ନେଇ ଏକାଧିକ ପିଟିସନ ଦାଖଲ ହୋଇଥିବାରୁ ଜରୁରୀ ଶୁଣାଣି କରିବାକୁ ମନା କରିଥିଲେ ସୁପ୍ରମିକୋର୍ଟ ।