ମହାରାଷ୍ଟ୍ର ମହାସଙ୍କଟ : ଆଜି କ’ଣ ହେବ ? ପୁଣି ବୈଠକ କରିବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

77

କନକ ବ୍ୟୁରୋ : ଆଜି ପୁଣି ବୈଠକ କରିବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।  ଶିବସେନା ଜିଲ୍ଲା ମୁଖ୍ୟଙ୍କ ସହ ଉଦ୍ଧବ ଠାକରେ କଥା ହେବେ । ଆଜି ଉପବାଚସ୍ପତି ନରହରି ଜିରୱାଲଙ୍କ ଉପରେ ନଜର ମଧ୍ୟ ରହିବ ।  ଏକନାଥଙ୍କ ସମେତ ୧୨ ବିଦ୍ରୋହୀ ବିଧାୟକଙ୍କ ତାଲିକା ଦେଇଥିଲେ ଠାକରେ ।  ୧୨ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଆବେଦନ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆଜି ଦିଲ୍ଲୀ ଗସ୍ତରେ ଯିବେ ।  ଦିଲ୍ଲୀରେ ଅମିତ ଶାହାଙ୍କ ସହ ଆଲୋଚନା କରିବେ ଫଡନାଭିସ୍ । ସିନ୍ଦେ ଗୋଷ୍ଠୀ ସମର୍ଥନରେ ବିଜେପି ପୁଣି ସରକାର ଗଠନ କରିପାରେ ।

ସେପଟେ, ଉପବାଚସ୍ପତିଙ୍କୁ ଚିଠି ଲେଖିଲେ ବିଦ୍ରୋହୀ ନେତା ଏକନାଥ ସିନ୍ଦେ । ରାଜ୍ୟପାଳ ଓ ଲେଜିସଲେଟିଭ୍ କାଉନସିଲ ସଚିବଙ୍କୁ ବି ଚିଠି ଲେଖିଛନ୍ତି । ୩୭ ଜଣ ଶିବସେନା ବିଧାୟକଙ୍କ ଦସ୍ତଖତ ଥିବା ଚିଠିକୁ ରାଜ୍ୟପାଳ ଭଗତ ସିଂ କୋସିୱାରି ଓ ଲେଜିସଲେଟିଭ୍ କାଉନସିଲ ସଚିବ ରାଜେନ୍ଦ୍ର ଭଗୱତଙ୍କ ମଧ୍ୟ ଲେଖିଛନ୍ତି । ଚିଠିରେ ସିନ୍ଦେ ଦାବି କରିଛନ୍ତି ଯେ, ତାଙ୍କୁ ପୁଣି ଥରେ ଶିବସେନା ବିଧାୟକ ଦଳ ନେତା ଭାବେ ଅବସ୍ଥାପିତ କରାଯାଉ । ଏକନାଥ ସିନ୍ଦେଙ୍କ ସମର୍ଥନରେ ମୋଟ୍ ୪୬ ଜଣ ବିଧାୟକ ରହିଛନ୍ତି । ସମସ୍ତ ୪୬ ଜଣ ବିଧାୟକ ଗୁଆହାଟୀରେ ଉପସ୍ଥିତ ଅଛନ୍ତି । ୪୬ ବିଧାୟକଙ୍କ ମଧ୍ୟରୁ ଶିବସେନାର ୩୭ ଓ ୯ ସ୍ୱାଧୀନ ବିଧାୟକ ରହିଛନ୍ତି ।  ଆଉ କିଛି ବିଧାୟକ ସାମିଲ ହେବେ ବୋଲି ଦାବି କରିଛନ୍ତି ଏକାନ୍ତ ସିନ୍ଦେ ।