କନକ ବ୍ୟୁରୋ: ଆଜିଭାରତୀୟ ମେଣ୍ଟର ବୈଠକ ପୂର୍ବରୁ ବିରୋଧୀ ଙ୍କ ମେଣ୍ଟରେ ବିଭେଦ ଦେଖିବାକୁ ମିଳିଛି । ଉଦ୍ଧବ ଠାକରେଙ୍କ ଶିବସେନା ଭାରତୀୟ ମେଣ୍ଟ କଂଗ୍ରେସକୁ ଟାର୍ଗେଟ କରି ଏହାକୁ ଅହଂକାରୀ ବୋଲି କହିଛି। ମୁଖପାତ୍ର ‘ସାମନା’ ଜରିଆରେ କଂଗ୍ରେସକୁ ଟାର୍ଗେଟ କରିବା ସହ କଂଗ୍ରେସ ସମସ୍ତ କେକ୍ ନିଜେ ଖାଇବାକୁ ଚାହୁଁଛି ବୋଲି କହିଛନ୍ତି ଉଦ୍ଧବ ଠାକରେ ।

Advertisment

ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ପ୍ରକାଶ ପାଇଛି ଯେ , ବର୍ତ୍ତମାନ ଇଣ୍ଡିଆ ଆଲାଏନ୍ସର ରଥ ସାରଥୀ ବିହୀନ । ତେଣୁ ଏବେ ଇଣ୍ଡିଆ ମେଣ୍ଟକୁ ଜଣେ ସାରଥୀଙ୍କ ଆବଶ୍ୟକତା ରହିଛି। କଂଗ୍ରେସ ଆଞ୍ଚଳିକ ଦଳକୁ ସମର୍ଥନ କରିବା ଉଚିତ ବୋଲି କଂଗ୍ରେସକୁ ପରାମର୍ଶ ଦେଇ ଲେଖିଛନ୍ତି ଉଦ୍ଧବ ଠାକରେ । ଆହୁରି ମଧ୍ୟ ଲେଖିଛନ୍ତି ଯେ, ୨୮ ଦଳୀୟ ମେଣ୍ଟ ଇଣ୍ଡିଆ ଆଲାଏନ୍ସରେ ଅଛନ୍ତି, କିନ୍ତୁ ୧୦୦ ରୋଷେୟା ଖାଦ୍ୟ ନଷ୍ଟ କରୁଛନ୍ତି। ଆଜିର ବୈଠକରେ ଇଣ୍ଡିଆ ମେଣ୍ଟର ଚେହେରା ସ୍ପଷ୍ଟ ହେବା ଦରକାର । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ଦଳର ନେତା ଆଦିତ୍ୟ ଠାକରେ, ସଞ୍ଜୟ ରାଉତ ଏବଂ ଅନ୍ୟ ନେତାମାନେ ଦିଲ୍ଲୀରେ ଅଛନ୍ତି ଏବଂ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଭେଟିଥିବା ଜଣାପଡିଛି ।