କନକ ବ୍ୟୁରୋ : ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମତରେ ମହାବିକାଶ ଅଘାଡି ବା ଏମଭିଏ ନିର୍ବାଚନ ଯଥେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ଉଚିତ ।ଏହା ସାଧାରଣ ଜନତାଙ୍କୁ ଏମଭିଏ ପ୍ରତି ଆକୃଷ୍ଟ କରିବ ବୋଲି ଠାକରେଙ୍କ ଯୁକ୍ତି । ଏଥିପାଇଁ ସେ ମେଂଟ ପ୍ରାର୍ଥୀ କଂଗ୍ରେସ କିମ୍ବା ଏନସିପିଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି ।
ମାତ୍ର ଠାକରେଙ୍କ ଘୋଷଣା ପଛରେ ବଡ କାରଣ ରହିଛି । ଉଦ୍ଧବ ଭଲଭାବେ ଜାଣିଛନ୍ତି , କଂଗ୍ରେସ କିମ୍ବା ଏନସିପି ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ସପକ୍ଷରେ ନାହାଁନ୍ତି । ଏମଭିଏର ଏହି ଦୁଇ ମେଂଟ ସାଥୀ ନିର୍ବାଚନ ପରେ ବୃହତମ ଦଳର ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ବାଛିବା ସପକ୍ଷରେ ଅଛନ୍ତି । ହୁଏତ ଉଦ୍ଧବଙ୍କ ଏହି ଘୋଷଣା ଦୁଇମେଂଟ ପ୍ରାର୍ଥୀଙ୍କୁ ଉପରେ ନିଶ୍ଚୟ ଚାପ ପକାଇବ ।
ଗତ ଲୋକସଭା ନିର୍ବାଚନରେ ଏମଭିଏ ମେଂଟ ୪୮ ଆସନରୁ ୩୦ରେ ଜିତି ଭଲ ପ୍ରଦର୍ଶନ କରିଛି । ଏଥିମଧ୍ୟରୁ କଂଗ୍ରେସ ସର୍ବାଧିକ ୧୩ ଆସନ ଜିତିଛି । ସ୍ବାଭାବିକ ଭାବେ କଂଗ୍ରେସ ବଡଭାଇ ବୋଲି ନିଜକୁ ଭାବି ଲୋକସଭା ନିର୍ବାଚନ ପ୍ରଦର୍ଶନ ଆଧାରରେ ଅଧିକ ବିଧାନସଭା ଆସନରେ ଲଢ଼ିବାକୁ ଚାହୁଁଛି । କଂଗ୍ରେସର ପୂର୍ବ ମୁଖ୍ୟମନ୍ତ୍ରୀ ପୃଥ୍ବବୀରାଜ ଚୌହ୍ବାନ ଓ ପ୍ରଦେଶ ମୁଖ୍ୟ ନାନା ପାଟୋଲେଙ୍କ ଭଳି ପ୍ରମୁଖ କଂଗ୍ରେସ ନେତାଥିଲେ ମଧ୍ୟ ଉଦ୍ଧବଙ୍କ ବ୍ୟକ୍ତିତ୍ବ ଟକ୍କର ଦେବାଭଳି ସ୍ଥିତିରେ ନାହିଁ ।ତେବେ ଏହାର ଫାଇଦା ଶିବସେନା ନେବାକୁ ଚାହୁଁଛି । ଶିବସେନା ମତରେ ଉଦ୍ଧବଙ୍କ ଅଢେଇବର୍ଷର ଭଲ ଶାସନ ଓ ତାଙ୍କ ନେତୃତ୍ବ ଯୋଗୁଁ ଏମଭିଏ ଲୋକସଭାରେ ଭଲ ପ୍ରଦର୍ଶନ କରିପାରିଛି । ତେଣୁ ପରୋକ୍ଷରେ ଉଦ୍ଧବଙ୍କୁ ଏମଭିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଶିବସେନା ଚାହୁଁଛି । ଏଭଳି ସ୍ଥିତି କଂଗ୍ରେସ ହାଇକମାଣ୍ଡ ଓ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ମ ଉପରେ ସବୁ କିଛି ନିର୍ଭର କରିବ ।