କନକ ବ୍ୟୁରୋ : ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ଅଧ୍ୟକ୍ଷ ଉଦ୍ଧବ ଠାକରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି, ଦେଶର ବାସ୍ତବ ସ୍ଥିତି ଜାଣିବାକୁ ହେଲେ ଫଡନଭିସଙ୍କୁ ଦେଶର ବିଭିନ୍ନ ଅଞ୍ଚଳ ବୁଲିବାକୁ ପଡିବ । ଉଦ୍ଧବ କହିଛନ୍ତି କି, ଦେବେନ୍ଦ୍ର ଫଡନଭିସଙ୍କ ଗସ୍ତଖର୍ଚ୍ଚ, ରହିବା ଓ ଖାଇବାର ବ୍ୟବସ୍ଥା କରିଦେବି, ସେ କେବଳ ମଣିପୁର, ଅରୁଣାଚଳ ପ୍ରଦେଶ ଓ ଦାଜିଲିଂ ଗସ୍ତ କରନ୍ତୁ । ଏହାସହ ବାକି ସ୍ଥିତି ବାବଦରେ ଜାଣିବାକୁ ହେଲେ ତାଙ୍କୁ ଲଦାଖ ଗସ୍ତ କରିବାକୁ ମଧ୍ୟ ପଡିବ । କେବଳ ସେତିକି ନୁହେଁ ବଲିଉଡର ଜଣେ ପ୍ରଯୋଜକ ଖୋଜି ମଣିପୁର ଫାଇଲ୍ସ ନାମରେ ଏକ ସିନେମା କରନ୍ତୁ ଫଡନଭିସ୍ ।

Advertisment

ଅନ୍ୟପଟେ ମହାବିକାଶ ଅଘାଡି ମଧ୍ୟରେ ଲୋକସଭା ନିର୍ବାଚନକୁ ନେଇ ଆସନ ବୁଝାମଣା ବାବଦରେ ଚାଲିଥିବା ବିବାଦ ଉପରେ ଉଦ୍ଧବ କହିଛନ୍ତି କି, ଅପେକ୍ଷା କରନ୍ତୁ ଖୁବଶୀଘ୍ର ମେଣ୍ଟ ଭିତରେ ଆସନ ବୁଝାମଣା ହୋଇଯିବ ।

ରାଜନୈତିକ ପରିଦୃଶ୍ୟ ଉପରେ ଟିପ୍ପଣୀ ଦେଇ ଉଦ୍ଧବ କହିଛନ୍ତି କି, କିଛି ନେତା ନିଜନିଜର ଦଳ ଛାଡି ବିଜେପିକୁ ଯିବା ପରେ ମୂଳ ଦଳଗୁଡିକ ଏବେ ଠକ ମୁକ୍ତ ହୋଇଛି । ତେଣୁ ଏବେ ସବୁ ଠକ ଓ ଦୁର୍ନୀତିଖୋର ରାଜନେତାଙ୍କ ଆଶ୍ରୟସ୍ଥଳ ବିଜେପି ପାଲଟିଛି ବୋଲି ସେ କଟାକ୍ଷ କରିଛନ୍ତି ।