ସିନ୍ଦେ ସରକାରଙ୍କୁ ଶୁଭେଚ୍ଛା ଜଣାଇଥିଲେ ଉଦ୍ଧବ: ହେଲେ ବିଜେପି ବିରୋଧରେ କମୁନି ରାଗ

269

କନକ ବ୍ୟୁରୋ: ଜୁନ୍ ୩୦ ତାରିଖ, ମହାରାଷ୍ଟ୍ର ରାଜନୀତି ପାଇଁ ଥିଲା ଐତିହାସିକ ଦିନ । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବସେନାର ଏକନାଥ ସିନ୍ଦେ । ମୁଖ୍ୟମନ୍ତ୍ରୀ ହେବା ପରଠାରୁ ସିନ୍ଦେଙ୍କ ବ୍ୟକ୍ତିଗତ ଓ ରାଜନୈତିକ କ୍ୟାରିୟରକୁ ନେଇ ସବୁଠି ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ହେବା ପରେ ଏକନାଥ ସିନ୍ଦେ ମହାରାଷ୍ଟ୍ରବାସୀଙ୍କ ସେବା କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ସିନ୍ଦେଙ୍କ ଜୀବନଶୈଳୀ ବେଶ୍ ସାଧାରଣ ଥିଲା । ୧୯୬୪ରେ ଜନ୍ମିତ ସିନ୍ଦେ କମ ବୟସରୁ ଥାନେ ଆସି ପାଠପଢ଼ି ଥିଲେ । ନିଜ ପରିବାର ଚଳାଇବା ପାଇଁ ସିନ୍ଦେଙ୍କୁ ଅଧାରୁ ପାଠ ଛାଡ଼ିବାକୁ ପଡ଼ିଥିା । ୧୯୮୦ରେ ଶିବସେନା ସୁପ୍ରିମୋ ବାଲାସାହେବ ଠାକରେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶିବସେନାରେ ଜଣେ ସୈନିକ ଭାବେ ଯୋଗ ଦେଇଥିଲେ । ସେହି ସମୟରେ ସିନ୍ଦେ ଅନେକ ଆନ୍ଦୋଳନରେ ଯୋଗ ଦେଇଥିଲେ । ମହାରାଷ୍ଟ୍ର-କର୍ଣ୍ଣାଟକ ଆନ୍ଦୋଳନରେ ଯୋଗଦେଇ ସେ ୪୦ ଦିନ ଜେଲରେ ରହିଛନ୍ତି ।

ସିନ୍ଦେଙ୍କ କ୍ୟାରିୟର
ଥାନେ ଅଂଚଳରେ ସେନାକୁ ସୁଦୃଢ଼ କରିବା ପାଇଁ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା
୧୯୯୭ରେ ନିର୍ବାଚନ ଲଢ଼ିବାକୁ ଅନୁମତି
ଥାନେ ପୌର ନିଗମ ନିର୍ବାଚନରେ କର୍ପୋରେଟର ଭାବେ ନିର୍ବାଚିତ
୨୦୦୪ରେ ପ୍ରଥମଥର ବିଧାନସଭା ନିର୍ବାଚନ ଲଢ଼ିବାକୁ ସୁଯୋଗ
୨୦୦୯. ୨୦୧୪ ଓ ୨୦୧୯ରେ ମଧ୍ୟ ବିଧାନସଭା ନିର୍ବାଚନରେ ନିର୍ବାଚିତ
୨୦୧୪ରେ ବିରୋଧୀ ଦଳର ନେତା
ପୁଅ ଶ୍ରୀକାନ୍ତ ସିନ୍ଦେ ଶିବସେନା ଦଳର ସାଂସଦ
ମହାବିକାଶ ଅଘାଡ଼ି ସରକାରରେ ଥିଲେ ନଗର ଉନ୍ନୟନ ଓ ପୂର୍ତ ବିଭାଗ ମନ୍ତ୍ରୀ

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସିନ୍ଦେଙ୍କୁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଅଭିନନ୍ଦନ ଜଣାଇଛନ୍ତି । ଉଦ୍ଧବ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ପାଇଁ ଭଲ କାମ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।