କନକ ବ୍ୟୁରୋ : କରୋନାକୁ ହରାଇଲେ ୯୫ ବୟସ୍କ ବୃଦ୍ଧ । କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଗଂଜାମ ସୋରଡା ଚାକୁଣ୍ଡା ଗାଁର ବୃଦ୍ଧ ଉଦୟନାଥ ବିଶୋୟୀ । କରୋନାରେ ଆକ୍ରାନ୍ତ ହେବା ପରେ ଉଦୟନାଥ ଟାଟା କୋଭିଡ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଉଦୟନାଥ ଏବେ ହସ୍ପିଟାଲରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଉଦୟନାଥ ସୁସ୍ଥ ହେବା ପରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଯାଇଛନ୍ତି । ଉଦୟନାଥଙ୍କ ସୁସ୍ଥତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରିଛନ୍ତି । କରୋନାକୁ ହରାଇବା ପରେ ଉଦୟନାଥ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ନବୀନ ଟୁଇଟ ଯୋଗେ କହିଛନ୍ତି ।
Congratulations to nonagenarian Udayanath Bisoyi from Ganjam district on successfully winning the battle against #COVID19. Your win will inspire others to stay strong as #Odisha fights this pandemic.#OdishaFightsCoronahttps://t.co/mBRBvw5zp3
— CMO Odisha (@CMO_Odisha) July 21, 2020